Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜୀବ ଶୁକ୍ଳା ବିସିସିଆଇର କାର୍ଯ୍ୟକାରୀ ସଭାପତି ହୋଇପାରନ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ରେ ଏକ ବଡ଼ ପ୍ରଶାସନିକ ପରିବର୍ତ୍ତନ ହେବାକୁ ଯାଉଛି। ବର୍ତ୍ତମାନର ସଭାପତି ରୋଜର ବିନ୍ନି ଖୁବ୍ ଶୀଘ୍ର BCCI ଦ୍ୱାରା ନିର୍ଦ୍ଧାରିତ ବୟସ ସୀମା (୭୦ ବର୍ଷ) ଅତିକ୍ରମ କରିବାକୁ ଯାଉଥିବାରୁ ରାଜୀବ ଶୁକ୍ଳାଙ୍କୁ ଆଗାମୀ ୩ ମାସ ପାଇଁ କାର୍ଯ୍ୟକାରୀ ସଭାପତି କରାଯିବ।

ବିନ୍ନିଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୨ରେ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ତାଙ୍କୁ ୧୯ ଜୁଲାଇରେ ୭୦ ବର୍ଷ ବୟସ ହେବା ପରେ ତାଙ୍କୁ ପଦ ଛାଡିବାକୁ ପଡିବ। BCCI ସମ୍ବିଧାନ ଅନୁଯାୟୀ, ୭୦ ବର୍ଷ ବୟସ ପରେ କୌଣସି ଅଧିକାରୀ ପଦରେ ରହିପାରିବେ ନାହିଁ। ରୋଜର ବିନ୍ନି ୧୯୮୩ରେ ଭାରତର ଐତିହାସିକ ବିଶ୍ୱକପ୍ ବିଜୟର ନାୟକ ଥିଲେ। ସେ ୮ ମ୍ୟାଚ୍ ରେ ୧୮ ୱିକେଟ୍ ନେଇ ସେହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ୍ ଟେକରର ଆଖ୍ୟା ହାସଲ କରିଥିଲେ।

ବିନ୍ନି ଭାରତ ପାଇଁ ୨୭ ଟେଷ୍ଟ୍ ଏବଂ ୭୨ ଦିନିକିଆ ଖେଳିଛନ୍ତି, ଯେଉଁଥିରେ ସେ ମୋଟ ୧୨୪ ୱିକେଟ୍ ନେଇଛନ୍ତି।ଯେତେବେଳେ ସେ ୨୦୨୨ ମସିହାରେ ସୌରଭ ଗାଙ୍ଗୁଲିଙ୍କଠାରୁ BCCI ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କଲେ, ଆଶା କରାଯାଉଥିଲା ଯେ ସେ ତାଙ୍କ ଅଭିଜ୍ଞତା ସହିତ କ୍ରିକେଟ ପ୍ରଶାସନକୁ ଏକ ନୂତନ ଦିଗଦର୍ଶନ ଦେବେ। ରାଜୀବ ଶୁକ୍ଳା ବର୍ତ୍ତମାନ BCCIର ଉପାଧ୍ୟକ୍ଷ ଏବଂ ୨୦୨୦ ମସିହାରୁ ଏହି ପଦବୀରେ ଅଛନ୍ତି। ପୂର୍ବରୁ ସେ IPL (2010-2013 ଏବଂ 2015-2018) ର ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି। ସେ ଉତ୍ତର ପ୍ରଦେଶ କ୍ରିକେଟ ଆସୋସିଏସନ (UPCA) ର ସଚିବ ମଧ୍ୟ ରହିସାରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ