Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡ଼େଶ୍ବର ମହୋତ୍ସବ- ୨୦୨୫ ଉଦଯାପିତ

ସମ୍ବଲପୁର:ଐତିହାସିକ ବାମଣ୍ଡା ଗଡ଼ଜାତର ପ୍ରାଚୀନତମ ଶୈବପୀଠରେ ଶୀତଳଷଷ୍ଠୀ ଯାତ୍ରା ଓ ଶଗଡ଼େଶ୍ବର ମହୋତ୍ସବ-୨୦୨୫ ବୈଦିକ ଓ ଲୋକ ପରମ୍ପରା ଅନୁସାରେ ଗତ ମଇ ୩୧ ଓ ଜୁନ୍ ୧ ତାରିଖ ଦୁଇ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ପୂର୍ବାହ୍ନରେ ବାବା ଶଗଡେଶ୍ବର ଓ ମାତା ପାର୍ବତୀଙ୍କ ତୈଳାଭିଷେକ, ହରିଦ୍ରା ଲେପନ ସମାପନ ହୋଇଥିଲା । ପରେ ମାତା ପାର୍ବତୀଙ୍କ ପିନ୍ଧାଣି ବା ପତରପେଣ୍ଡି କାର୍ଯ୍ୟ ନିଷ୍ପାଦନ କରାଯାଇଥିଲା। ଅପରାହ୍ନରେ ବାବା ଶଗଡେଶ୍ବର ବିରାଟ ପଟୁଆରରେ ଆସି ଭକ୍ତ ଶ୍ରଦ୍ଧାଳୁଙ୍କ ହରି ବୋଲ, ହୁଳହୁଳି ଓ ଜୟଘୋଷର ଭକ୍ତିମୟ ପରିବେଶରେ ବିବାହ କାର୍ଯ ସମ୍ପନ୍ନ ହୋଇଥିଲା। ଅକ୍ଷୟ ପଟେଲ ଓ ଧର୍ମପତ୍ନୀ କନ୍ୟା କର୍ତ୍ତା ତଥା ରବୀନ୍ଦ୍ର ନାରାୟଣ ପରିଡ଼ା ଓ ଧର୍ମପତ୍ନୀ ବର କର୍ତ୍ତା ଭାବେ କାର୍ଯ୍ଯ ନିର୍ବାହ କରିଥିଲେ। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସା‌ଂସଦ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି, କୁଚିଣ୍ଡା ବିଧାୟକ ତଥା ପଞ୍ଚାୟତରାଜ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, କୁଚିଣ୍ଡା ଉପଜିଲ୍ଲାପାଳ, ଜମନକିରା ବିଡ଼ିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ। ଶୀତଳଷଷ୍ଠୀ ଯାତ୍ରା ଓ ଶଗଡ଼େଶ୍ବର ମହୋତ୍ସବ କମିଟି ପକ୍ଷରୁ ମନ୍ଦିରର ଉନ୍ନତିକରଣ ପାଇଁ ମନ୍ଦିରକୁ ନିୟମିତ ସରକାରୀ ଅନୁଦାନ ପ୍ରଦାନ, ଫରେଷ୍ଟ୍ ପାର୍କ ନିର୍ମାଣ, ମନ୍ଦିର ସନ୍ନିକଟ ଶ୍ମଶାନ ଘାଟ ନିର୍ମାଣ ଓ ଡିମିରିମୁଣ୍ଡା ବସ୍ ଷ୍ଟାଣ୍ଡଠାରେ ଏକ ଭବ୍ୟ ସୁବିଧା କେନ୍ଦ୍ର ନିର୍ମାଣ ଆଦି ଦାବି ସମ୍ବଳିତ ଦାବିପତ୍ର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା। ଦ୍ବିତୀୟ ଦିନ ଦେବ ଦମ୍ପତି ଏକ ଭବ୍ୟ ପଟୁଆରରେ ବାହାରି ନଗର ପରିକ୍ରମା କରିଥିଲେ। ସନ୍ଧ୍ୟାରେ ସତ୍ୟ ନାରାୟଣ ପୂଜା ପରେ ଦେବ ଦମ୍ପତିଙ୍କ ଗୃହ ପ୍ରବେଶ କରିଥିଲେ । ପରେ ପରେ ଉପଖଣ୍ଡର ବୃହତ୍ତମ ମୁକ୍ତ ମଞ୍ଚରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଦର୍ଶକଙ୍କ ଉପସ୍ଥିତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସମ୍ମାନିତ ଅତିଥି ଟଙ୍କିକିଆ କ୍ଲିନିକ ର ସଂସ୍ଥାପକ ଡାକ୍ତର ରାମଚନ୍ଦାନୀ ଓ ଅନୁଷ୍ଠାନ ର ବରିଷ୍ଠ କର୍ମକର୍ତ୍ତା ଶଶିଭୂଷଣ ବଢେଇ ଙ୍କୁ ଅନ୍ୟତମ ସମ୍ମାନିତ ଅତିଥି ବିଶିଷ୍ଟ ସମାଜସେବୀ ବିଜୟ କୁମାର ମହାନ୍ତି ସମ୍ମାନୀତ କରିଥିଲେ ।କାର୍ଯକ୍ରମ ସଂଯୋଜକ ମଳୟ ବେହେରା ସଂଯୋଜନା କରିଥିଲେ ।ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡେଶ୍ୱର ମହୋତ୍ସବ ସଭାପତି ନୃପଳାଲ ପଳେଇ ,ମନ୍ଦିର ପରିଚାଳନା କମିଟିର ସଭାପତି ରୁଦ୍ରନାରାୟଣ ବେହେରା ,ସମ୍ପାଦକ ସୁମନ୍ତ ବେହେରା, କୋଷାଧ୍ୟକ୍ଷ ରତନ ଲାଲ ସିଂ,ସରପଞ୍ଚ ପ୍ରହଲ୍ଲାଦ ଧୁରୁଆ ,ସଞ୍ଜୟ ମହାକୁଳ,ଗଣେଶ ଗୁପ୍ତା, ବାବଲୁ ପଳେଇ,ନରେନ୍ଦ୍ର ପଳେଇ ,ମିଳନ ପଳେଇ, ରାଜୀବ ଶର୍ମା, ଟିକନ୍ ଶର୍ମା ,ମିତ୍ର ରାୟ ,କରୁଣାକର କିସାନ,ଜଗଦୀଶ,ଅଶୋକ ଠାକୁର, ଅଭିନାଶ ସାହୁ,ପୂଜକ ନିତ୍ୟାନନ୍ଦ ମିଶ୍ର,ମନୋଜ ମହାକୁଳ ତଥା ଡ଼୍ରାଇଭର ସଂଘ , ଏସ.ଏ.ଜି ସଂଘ ଓ ଅଞ୍ଚଳର ସମସ୍ତ ସହଯୋଗୀ ବ୍ୟକ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ