ସମ୍ବଲପୁର:ଅପରେସନ ସିନ୍ଦୂର ରେ ଭାରତୀୟ ସେନା ର ଵୀରତ୍ଵ ,ଶୌର୍ଯ୍ୟ ଓ ପରାକ୍ରମ କୁ ନେଇ ଭାରତୀୟ ଙ୍କ ମନରେ ଉତ୍ସାହ ରହିଛି । ଭାରତୀୟ ସେନା ବାହିନୀ ର ସମର୍ଥନ ରେ ଓ ଉତ୍ସାହ ବର୍ଦ୍ଧନ ପାଇଁ ସମଗ୍ର ଦେଶରେ ଆୟୋଜିତ ହେଉଛି ତ୍ରିରଙ୍ଗା ଯାତ୍ରା ।
ଏହି ମର୍ମ ରେ ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରମାଣପୁର ମଣ୍ଡଳରେ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇ ଯାଇଛି । ଅଞ୍ଚଳର ସହସ୍ରାଧିକ ମହିଳା ପୁରୁଷ ଯୁବକ ଯୁବତୀ ଉତ୍ସାହ ସହଏଥିରେ ସାମିଲ ହୋଇଥିଲେ ।ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ନରେନ୍ଦ୍ର ମିଶ୍ର, ରାମ ଚନ୍ଦ୍ର ମେହେର, ଦାମୋଦର କର, ମୋତିଲାଲ ତନ୍ତୀ , ବିଭୂତି ପାଢ଼ୀ, ଚନ୍ଦ୍ର ଶେଖର ପଣ୍ଡା, ଉତ୍ତମ ବିଶ୍ଵାଲ , ମଣ୍ଟୁ ଅଗ୍ରୱାଲ, ସଞ୍ଜୀବ ବାରିକ, ସୁରେନ୍ଦ୍ର ପ୍ରଧାନ, ଓମ ପ୍ରକାଶ ବେହେରା, ମହେନ୍ଦ୍ର ନାଥ, ରୁକ୍ମିଣୀ ମହାନନ୍ଦ, ପ୍ରତିମା ସାହୁ, ସୁପ୍ରଭା ବେହେରା ପ୍ରମୁଖ ଶତାଧିକ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ ।
ପରମାଣପୁର ଠାରେ ବିଶାଳ ଭବ୍ୟ ତ୍ରିରଙ୍ଗା ଯାତ୍ରା
