Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶେଷରେ ପୂରଣ ହେଲା ସ୍ଵପ୍ନ…, ୧୮ ବର୍ଷର ଅପେକ୍ଷା ପୂରା ହେବା ପରେ କୋହଲିଙ୍କ ଆଖିରୁ ଝରିଲା ଲୁହ

୧୮ ବର୍ଷ ପ୍ରତୀକ୍ଷା କଣ ହୋଇଥାଏ ତାହା କେହି ବିରାଟ କୋହଲିଙ୍କୁ ପଚାରନ୍ତୁ। ତିନି ଥର ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିଥିଲେ ହେଁ ପ୍ରତି ଥର ନିରାଶ ହେବାକୁ ପଡ଼ିଥିଲା। ତେଣୁ ଯେବେ ୧୮ତମ ସିଜିନରେ ୧୮ ନମ୍ବର ଜର୍ସି ପିନ୍ଧିଥିବା କୋହଲି ଆରସିବି ଚାମ୍ପିଅନ ହେବା ମାତ୍ରେ ନିଜକୁ ନିୟନ୍ତ୍ରଣ କରି ପାରି ନ ଥିଲେ।
ମ୍ୟାଚ୍ ଜିତିବା ମାତ୍ରେ ବିରାଟ କୋହଲିଙ୍କ ଆଖି ଛଳ ଛଳ ହୋଇ ଉଠିଥିଲା। ଯେମିତି ମ୍ୟାଚ୍ର ଶେଷ ବଲ୍ ଫିଙ୍ଗାଗଲା, କୋହଲି ପଡ଼ିଆରେ କାନ୍ଦିବାରେ ଲାଗିଥିଲେ।
ଶେଷ ଓଭର ବୋଲିଂ କରିଥିଲେ ଜୋଶ ହେଜେଲଉଡ। ବିଜୟ ବେଙ୍ଗାଲୁରୁର ପ୍ରାୟ ନିକଟତର ଥିଲା। ଅନ୍ତିମ ଓଭରରେ ପଞ୍ଜାବକୁ ଦରକାର ଥିଲା ୨୯ ରନ। କ୍ରିଜରେ ଥିଲେ ଶଶାଙ୍କ ସିଂ। ଏଥିପାଇଁ ଆରସିବି ପ୍ରଶଂସକଙ୍କ ମନରେ କିଛିଟା ଆଶଙ୍କା ଥିଲା ଯେ, କିଛି ଗଡ଼ବଡ଼ ନ ହୋଇ ଯାଉ। ଯେମିତି ଓଭରର ପ୍ରଥମ ତିନୋଟି ବଲ୍ ଫିଙ୍ଗା ଗଲା, ବିରାଟ କୋହଲି ଭାବ ବିହ୍ଵଳ ହୋଇ ପଡ଼ିଥିଲେ। ମ୍ୟାଚ୍ ସରି ନ ଥିଲେ ବି ଆରସିବିର ବିଜୟ ସୁନିଶ୍ଚିତ ହୋଇ ସାରିଥିଲା। କୋହଲି ନିଜକୁ କାବୁ କରି ପାରି ନ ଥିଲେ। ତାଙ୍କ ଆଖିରୁ ଆନନ୍ଦର ଅଶ୍ରୁ ବାହାରିବାରେ ଲାଗିଥିଲା ଏବଂ ସେ ନିଜକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ