ସମ୍ବଲପୁର: ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ସାଂସଦ ତଥା ରେଢ଼ାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଶ୍ରୀମତୀ ଚାରୁଶୀଳା ଆଚାର୍ଯ୍ୟଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି ଯେ ଶ୍ରୀମତୀ ଚାରୁଶୀଳା ଆଚାର୍ଯ୍ୟଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ପ୍ରସନ୍ନ ଭାଇଙ୍କ ସହ ଦୀର୍ଘ ସମୟ ଧରି ମୋର ପାରିବାରିକ ସମ୍ପର୍କ ରହିଛି । ସେ ଜଣେ ସରଳ, ମିଷ୍ଟଭାଷୀ ଓ ଧର୍ମପରାୟଣା ମହିଳା ଥିଲେ । ଶ୍ରୀ ପ୍ରଧାନ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ରେଢ଼ାଖୋଲ ବିଧାୟକଙ୍କ ଧର୍ମପତ୍ନୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
