Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହୁଆ ମୌତ୍ର ଙ୍କୁ ବାହା ହେଲେ ପିନାକୀ ମିଶ୍ର

ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରୁ ଦୁଇ ଥର ସାଂସଦ ହୋଇଥିବା ମହୁଆ ମୋଇତ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ବେଶ ଗୁପ୍ତ ଭାବେ ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ବିବାହ କରିଛନ୍ତି। ଜର୍ମାନୀରେ ଉଭୟ ପରସ୍ପରର ହାତ ଧରିଛନ୍ତି।

ପିନାକୀ ବିଜେଡି ଟିକେଟରୁ ଓଡ଼ିଶାର ପୁରୀରୁ କ୍ରମାଗତ ୩ ଥର ବିଜୟୀ ହୋଇଥିଲେ। ୨୦୨୪ରେ ବିଜେଡି ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇ ନଥିଲା। ଏହା ପୂର୍ବରୁ ଅର୍ଥାତ ୨୦୦୯ରୁ ସେ ପୁରୀରୁ ଜିତି ଆସୁଥିଲେ। ୧୯୯୬ରେ କଂଗ୍ରେସ ଟିକେଟରୁ ମଧ୍ୟ ପୁରୀ ଲୋକସଭା ଆସନରୁ ବିଜୟୀ ହୋଇଥିଲେ।

୬୫ ବର୍ଷୀୟ ପିନାକୀ ମିଶ୍ରଙ୍କ ଏହା ଦ୍ୱିତୀୟ ବିବାହ। ପୂର୍ବରୁ ସେ ସଂଗୀତା ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ପୁଅ ଓ ଝିଅ ମଧ୍ୟ ରହିଛନ୍ତି। ଏବେ ସେ ଜର୍ମାନୀରେ ବେଶ ଗୁପ୍ତ ଭାବେ ୫୦ ବର୍ଷୀୟ ମହୁଆଙ୍କୁ ବିବାହ କରିଛନ୍ତି।

ମହୁଆ ମଧ୍ୟ ପୂର୍ବରୁ ବିବାହ କରିଥିଲେ। ପ୍ରଥମ ସ୍ୱାମୀଙ୍କୁ ଛାଡ଼ ପତ୍ର ଦେବା ପରେ ଜଣେ ଓକିଲଙ୍କ ସହ ମହୁଆଙ୍କ ୩ ବର୍ଷର ପ୍ରେମ ସମ୍ପର୍କ ଥିଲା। ତାଙ୍କ ଠାରୁ ବେଶ କିଛି ବର୍ଷ ହେଲେ ମହୁଆ ଅଲଗା ହୋଇ ଯାଇଥିଲେ। ୨୦୧୦ରୁ ଟିଏମସିରେ ଥିବା ମହୁଆ ଏବେ ପିନାକୀ ମିଶ୍ରକୁ ବିବାହ କରିଛନ୍ତି। ଏହାର ଫଟୋ ମଧ୍ୟ ଟେଲିଗ୍ରାଫ ଅନଲାଇନରେ ପ୍ରକାଶ ପାଇଛି।

ସାମ୍ନାକୁ ଆସିଥିବା ଫଟୋରେ ପିନାକୀ ଓ ମହୁଆ ପରସ୍ପରର ହାତ ଧରିଛନ୍ତି। ନବବିବାହିତଙ୍କ ଭଳି ମହୁଆ ସୁନା ମଧ୍ୟ ପିନ୍ଧିଛନ୍ତି। ଏହାର ଫଟୋ ସାମ୍ନାକୁ ଆସିବା ପରେ ଉଭୟ ମେ’ ୩ରେ ବିବାହ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ମହୁଆ ୨୦୧୯ ଓ ୨୦୨୪ ଲୋକସଭା ନିର୍ବାଚନ ପଶ୍ଚିମବଙ୍ଗର କ୍ରିଷ୍ଣାନଗର ଆସନରୁ ଜିତିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ