Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ଵ ପରିବେଶ ଦିବସ

ସମ୍ବଲପୁର: ବିଶ୍ଵ ପରିବେଶ ଦିବସ ପାଳନ ଉପଲକ୍ଷେ ଜିଲ୍ଲା ପ୍ରଶାସନ ର ଆନୁକୁଲ୍ଯରେ ରେ ଏକ ସଭା ଜାମପାଲି ସ୍ଥିତ ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସାଂସଦଙ୍କ ପ୍ରତିନିଧି ଶ୍ରୀ ନାଉରି ନାଏକ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଭ୍ରା.ପ୍ର.ସେ), ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ (ଭା.ପୋ.ସେ),ସମ୍ବଲପୁର, ଡିଏଫ୍ଓ କଳିଙ୍ଗ ଗୋରାଖ ୱାମନ୍(ଭା.ବ.ସେ)ଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ପରିପ୍ରେକ୍ଷୀ ରେ ସବୁଜ ସମ୍ବଲପୁର ମିଶନ ର ଶୁଭାରମ୍ଭ ହୋଇଯାଇଛି,ଏହି ମିଶନ ମାଧ୍ୟମରେ ଜୁନ ୫ ରୁ ଅଗଷ୍ଟ ୩୧ ମଧ୍ୟରେ ଏସଏମସି ଅଞ୍ଚଳରେ ୧ ଲକ୍ଷ ଗଛ ଲଗାଇବାର ଲକ୍ଷ ରଖାଯାଇଛି।
ସମ୍ବଲପୁର, ଡିଏଫ୍ଓ ଶ୍ରୀ କଳିଙ୍ଗ ଗୋରାଖ ୱାମନ୍(ଭା.ବ.ସେ) ନିଜ ସ୍ବାଗତ ଅଭିଭାଷଣ ରେ ଚଳିତ ବର୍ଷ ପାଇଁ ବିଶ୍ୱ ପରିବେଶ ଦିବସର ବିଷୟ ବସ୍ତୁ ‘Ending Plastic Pollution’ ପ୍ଲାଷ୍ଟିକ ପ୍ରଦୂଷଣର ଅନ୍ତ ଉପରେ ଆଧାରିତ। ଆମର ମୃତ୍ତିକା, ଜଳ, ଜଙ୍ଗଲ ଓ ଜୈବବିବିଧତା ପ୍ଲାଷ୍ଟିକ ଆବର୍ଜନା ବୃଦ୍ଧି ଯୋଗୁଁ ବିପଦର ସମ୍ମୁଖୀନ ହେଉଛି । ଏକକ ବ୍ୟବହୃତ ପ୍ଲାଷ୍ଟିକର ଅତ୍ୟଧିକ ଉତ୍ପାଦନ ଏବଂ ବ୍ୟବହାର, ଅପର୍ଯ୍ୟାପ୍ତ ବର୍ଜ୍ୟର ସୃଷ୍ଟି ଏବଂ ଉପଯୁକ୍ତ ପରିବେଶ ଅନୁକୂଳ ବିସ୍ଥାପନ ବ୍ୟବସ୍ଥା ନଥିବା ଯୋଗୁଁ ଆମ ପରିବେଶରେ ପ୍ଲାଷ୍ଟିକ୍ ଆବର୍ଜନା ବୃଦ୍ଧି ପାଉଛି। ଆମ ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ ପାଇଁ ଏବଂ ପ୍ଲାଷ୍ଟିକ୍ ପ୍ରଦୂଷଣ ହ୍ରାସ କରିବା ପାଇଁ ସକ୍ରିୟ ଭାବରେ ପ୍ଲାଷ୍ଟିକ ବ୍ୟବହାର ନିୟନ୍ତ୍ରଣ, ପୁନଃ ଚକ୍ରଣ ବୃଦ୍ଧି କରିବା ଓ ପରିବେଶ ଅନୁକୂଳ ବିକଳ୍ପ ସ୍ଥାୟୀ ଅଭ୍ୟାସକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରୟାସ କରୁଛନ୍ତି ବୋଲି କହିଥିଲେ।
ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ ବିଶ୍ୱ ପରିବେଶ ଦିବସ ଅବସରରେ ସମସ୍ତଙ୍କୁ ବୃକ୍ଷରୋପଣ କରିବାକୁ କହିଥିଲେ,କେବଳ ଗଛ ଲଗେଇଲେ ହେବନି ତାହାର ଯତ୍ନ ନେବାକୁ କହିଥିଲେ।ଗୋଟେ ଦୃଶ୍ୟମାନ ଜାଗା, ସର୍ବସାଧାରଣ ଜାଗାରେ ଗଛ ଲଗେଇବାକୁ ପରାମର୍ଶ ଦେଇଥିଲେ ଯାହା ଦ୍ଵାରା ସମସ୍ତ ଲୋକ ଲାଭମାନ ହୋଇପାରିବେ।
ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଭ୍ରା.ପ୍ର.ସେ) ନିଜ ଅଭିଭାଷଣରେ ବିଶ୍ଵ ପରିବେଶ ଦିବସ ପାଳନର ବିଷୟ ବସ୍ତୁ ‘Ending Plastic Pollution’ ପ୍ଲାଷ୍ଟିକ ପ୍ରଦୂଷଣର ଅନ୍ତ ଉପରେ ଧ୍ୟାନ ଦେବା ପ୍ରତି ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।କହିଥିଲେ ପ୍ରଥମେ ନିଜକୁ ଯଥା ସମ୍ଭବ ପ୍ଲାଷ୍ଟିକ ର ବ୍ୟବହାର କୁ କମେଇବାକୁ ପଡିବ ତେବେ ଯାଇ ପରିବେଶ ପ୍ରଦୂଷଣ କମେଇବା ଉପରେ କିଛି ପ୍ରଭାବ ପଡ଼ିପାରିବ। “ମା” ଙ୍କ ନାମରେ ଗୋଟିଏ ଗଛ” ଯାହା ପ୍ରକୃତିର ସମ୍ମାନ ପ୍ରତି ଏକ ବଡ଼ ପ୍ରତିଜ୍ଞା, ଏହି ବୃହତ ବୃକ୍ଷର ଅଭିଯାନକୁ ବ୍ୟାପକ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଥିଲେ।କହିଥିଲେ ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ ରହିଛି।ଏହି ଅଭିଯାନ ମାଧ୍ୟମରେ ଜୁନ ୫ ରୁ ଅଗଷ୍ଟ ୩୧ ମଧ୍ୟରେ ଏସଏମସି ଅଞ୍ଚଳରେ ଆମେ ୧ ଲକ୍ଷ ଲଗାଇବାର ଲକ୍ଷ ରଖିଛୁ,ଏହି ପ୍ରୟାସ କୁ ନିଜର ଦାୟିତ୍ଵ ଭାବନ୍ତୁ ଏବଂ ଗୋଟିଏ ଲେଖାଏଁ ଗଛ ଲଗାନ୍ତୁ ଓ ଯତ୍ନ ନିଅନ୍ତୁ, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଆପଣ ମାନଙ୍କୁ ବିନାମୂଲ୍ଯରେ ସମସ୍ତଙ୍କୁ ବୃକ୍ଷ ଯୋଗାଇଦିଆଯିବ ବୋଲି ସୂଚନା ଦେଇଥିଲେ।କେବଳ ସେତିକି ନୁହେଁ ଆମେ ବଡବଡ ଅଟାଳିକା, ନିଜ ପକ୍କା ଘର ର ଛାତ ଉପରେ ରୁଫ ଟପ ଗାର୍ଡେନ ର କନସେପ୍ଟ ମାଧ୍ୟମରେ ଗଛ ଲଗାଇପାରିବା ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ମାନ୍ୟବର ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମା ପାଇଁ ଗଛ ଟିଏ ଅଭିଯାନ ନେଇ ଏକ ଭିଡିଓ ବାର୍ତ୍ତା ପ୍ରଦର୍ଶିତ କରା ଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଚାରା ବଣ୍ଟନ କରାଯାଇଥିଲା ଏବଂ ଅତିଥିବୃନ୍ଦ ମାନେ ମା ପାଇଁ ଗଛ ଟିଏ ଅଭିଯାନ ନେଇ ବୃକ୍ଷ ରୋପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ