Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଦରପନ ପକ୍ଷରୁ ଦରପନ ମହୋତ୍ସବ

ସମ୍ବଲପୁରୀ ରେକର୍ଡ ପ୍ରକାଶନ କରାଯିବ
ସମ୍ବଲପୁର:ସମ୍ବଲପୁରୀ ଦରପନ ପକ୍ଷରୁ ଗୁରୁବାର ପ୍ରଥମ ଦରପନ ମହୋତ୍ସବ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ସମ୍ବଲପୁରୀ ଦରପନ ପତ୍ରିକାର ସ୍ଵନକ୍ଷତ୍ର ସଂଖ୍ୟା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ପ୍ରମୋଦ ରଥ କହିଥିଲେ ଯେ ସମ୍ବଲପୁରୀ ଭାଷାରେ ପତ୍ରିକା ପ୍ରକାଶନ ଏକ ବଡ଼ ଆହ୍ବାନ ହୋଇଛି ‌। ତେବେ ସମ୍ବଲପୁରୀ ଭାଷାର ସାମ୍ବିଧାନିକ ମାନ୍ୟତା ପାଇଁ ସମ୍ବଲପୁରୀ ର ସମସ୍ତ ତଥ୍ୟ ଲିପିବଦ୍ଧ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ସମ୍ବଲପୁରୀ ଦରପନ ପତ୍ରିକା ର ପ୍ରକାଶିକା ଡଲିମା ଭୋଇଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମ୍ବଲପୁରୀ ଗୀତିକାର ଲକ୍ଷ୍ମୀ ନାରାୟଣ ପଣ୍ଡା, ଗାଲ୍ପିକ କାଳିନ୍ଦୀ ପ୍ରତାପ ସିଂହ, ସମ୍ବଲପୁରୀ ଦରପନ ର ପରିଚାଳନା ସମ୍ପାଦକ ଦେବୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ସମ୍ବଲପୁରୀ ଦରପନ ପକ୍ଷରୁ ପ୍ରତିବର୍ଷ ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିର ରେକର୍ଡ ପ୍ରକାଶନ ସହ ରେକର୍ଡ ଅଧିକାରୀ ମାନଙ୍କୁ ସମ୍ମାନୀତ କରାଯିବାକୁ ଘୋଷଣା କରାଯାଇଥିଲା। ଏହି ଅବସରରେ ସମ୍ବଲପୁରୀ କବିତା ପାଠ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସୁପ୍ରୀୟା ଦାସ୍ ( ପୁତୁଲ) ଆୟୁଷ ବଢ଼ାଇ, କଲ୍ପନା ମହାପାତ୍ର, ବିଭୁତି ଭୁଷଣ ମିଶ୍ର, କମଲ ଲୋଚନ ପଣ୍ଡା, ଆଭାଷ ପଣ୍ଡା, ସୁଷମା ପ୍ରଧାନ, ପ୍ରଭଞ୍ଜନ ପୁରୋହିତ, ଅନୁପମା ବିଶ୍ବାଳ, ସବିତା ମିଶ୍ର, ସୁପ୍ନିକା ସାହୁ, ଭବାନୀ ଶଙ୍କର ମେହେର, ମାନସ ରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ସମ୍ବଲପୁରୀ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମାନସ ରଞ୍ଜନ ବକ୍ସୀ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ