Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାରି ରହିଛି ଭୋଟ୍‌ ଗଣତି; ବଢୁଛି ଉତ୍ସାହ; ସପ୍ତମ ରାଉଣ୍ଡ ସୁଦ୍ଧା ଆଗରେ ବିଜେଡି

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ। ଫଳାଫଳ ପାଇଁ ଉତ୍ସାହ ବଢିବାରେ ଲାଗିଛି। ଭୋଟ୍ ଗଣତି ଜାରି ରହିଛି । ଚତୁର୍ଥ ରାଉଣ୍ଡ ସୁଦ୍ଧା ବଜେଡି ଆଗୁଆ ଥିବା ବେଳେ ଏହାରି ଭିତରେ ସପ୍ତମ ରାଉଣ୍ଡ ଫଳାଫଳ ସାମ୍ନାକୁ ଆସିଛି । ସପ୍ତମ ରାଉଣ୍ଡ ସୁଦ୍ଧା ଆଗରେ ରହିଛନ୍ତି ଦୀପାଳି। ସପ୍ତମ ରାଉଣ୍ଡରେ ଦୀପାଳି ଦାସ ୨୪୯୫ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ସପ୍ତମ ରାଉଣ୍ଡ ରେ ମୋଟ ୧୮, ୨୪୬ଭୋଟରେ ବିଜେଡି ଲିଡ୍ କରୁଛି।

ଷଷ୍ଠ ରାଉଣ୍ଡରେ ବି ବିଜେଡି ଆଗୁଆ ରହିଛି । ଷଷ୍ଠ ପର୍ଯ୍ୟାୟରେ ଦୀପାଳି ଦାସଙ୍କୁ ୫,୫୫୯ ଭୋଟ୍ ମିଳିଛି । ଟଙ୍କଧର ତ୍ରିପାଠୀଙ୍କୁ ୩ହଜାର ୩୫୩ ଭୋଟ୍ ପାଇଥିବା ବେଳେ ତରୁଣ ପାଣ୍ଡେଙ୍କୁ ୭୮୯ ଭୋଟ୍ ମିଳିଛି । ତେବେ ଷଷ୍ଠ ରାଉଣ୍ଡ ସୁଦ୍ଧା ୧୫ହଜାର ୭୫୧ ଭୋଟରେ ବିଜେଡି ଆଗରେ ରହିଥିଲା ବିଜେଡି ।ପଞ୍ଚମ ରାଉଣ୍ଡରେ ବି ବିଜେଡି ଆଗରେ ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ