Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନୁପାଲି ରଥ ଯାତ୍ରା ଉତ୍ସବ-୨୦୨୫ ପ୍ରସ୍ତୁତି ବୈଠକ

ସମ୍ବଲପୁର:ଧନୁପାଲି ସ୍ଥିତ ଶ୍ରୀ ଶ୍ରୀ ଗୋପାଳଜୀ ମହାପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରେ ଆଗାମୀ ତା: ୨୭/୦୬/୨୦୨୫ ରେ ପାଳିତ ହେବାକୁ ଥିବା ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା ପାଇଁ ଶ୍ରୀ ବିଦେଶୀ ସାନବାଡ ଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଶ୍ରୀ ଶରତ ଚନ୍ଦ୍ର ପାଢ଼ୀ ସଭାପତିତ୍ବ କରିଥିଲେ। ବୈଠକ ରେ ସର୍ବ ପ୍ରଥମେ ପୂର୍ବ ବର୍ଷ ର ସଭାପତି ବିଦେଶୀ ସାନବଡ ଗତ ବର୍ଷ ର ଆୟ ବ୍ୟୟ କୁ ଉପସ୍ଥାପନା କରିଥିଲେ। ଏହା ପରେ ଏହି ବର୍ଷ ରଥ ଯାତ୍ରା ର ସୁପରିଚାଳନା ପାଇଁ ସଭା ରେ ସଭାପତିତ୍ବ କରୁଥିବା ଶ୍ରୀ ଶରତ ଚନ୍ଦ୍ର ପାଢ଼ୀ ଉପସ୍ଥିତ ସମସ୍ତ ସଭ୍ୟ ଓ ସଭ୍ୟା ଙ୍କ ସମ୍ମୁଖ ରେ ଏକ ନୂତନ କମିଟି ଗଠନ ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବ ପରେ ସର୍ବ ସମ୍ମତି କ୍ରମେ “ଧନୁପାଲି ରଥଯାତ୍ରା ଉତ୍ସବ – ୨୦୨୫” ର ସୁପରିଚାଳନା ପାଇଁ ଏକ ନୂତନ କମିଟି ଗଠନ କରାଯାଇ ଥିଲା। ଏହି ନୂତନ କମିଟି ରେ କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ଦେବାଶିଷ ପୁରୋହିତ, ସଭାପତି ଭାବେ ଶ୍ରୀ ବେଦେଶି ସାନବଡ଼, ଉପସଭାପତି ଭାବେ ସୌରଭ ରଞ୍ଜନ ମହାପାତ୍ର, ସମ୍ପାଦକ ଭାବେ ଶ୍ରୀ ଦିଲୀପ କୁମାର ମହାପାତ୍ର, ସହ ସମ୍ପାଦକ ଭାବେ ଶ୍ରୀ ଆଲୋକ କୁମାର ଗୁରୁ ଓ କୋଷାଧ୍ୟକ୍ଷ ଭାବେ ଶ୍ରୀ ଚୈତନ୍ୟ ନାୟକ ପ୍ରମୁଖଙ୍କୁ ସର୍ବ ସମ୍ମତି ରେ ମନୋନୀତ କରା ଯାଇଥିଲା। ଏହି ବୈଠକ ରେ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇ ଥିଲା ଓ ଏହି ଉପଦେଷ୍ଟା ମଣ୍ଡଳୀ ରେ ଶ୍ରୀ ଅନିଲ କୁମାର ମିଶ୍ର, ଶ୍ରୀ ସନ୍ତୋଷ କୁମାର ଗୁରୁ, ଶ୍ରୀ ଶରତ ଚନ୍ଦ୍ର ପାଢ଼ୀ, ଶ୍ରୀ ତପନ କୁମାର ଗୁରୁ, ଶ୍ରୀ ଜଳନ୍ଧର ନାୟକ, ଶ୍ରୀ ଅଶୋକ କୁମାର ବର୍ମା, ଶ୍ରୀ ନେପାଳ ମିଶ୍ର, ଶ୍ରୀ ଡେନି ପଟେଲ, ଶ୍ରୀ ମହେଶ କୁମାର ଗୁରୁ, ଶ୍ରୀ ତ୍ରିନାଥ ହୋତା, ଶ୍ରୀ ରାଜେନ୍ଦ୍ର କୁମାର ମହାପାତ୍ର, ଶ୍ରୀମତୀ ସୁନନ୍ଦା ପୁଝାରୀ, ଶ୍ରୀମତୀ ରାସେଶ୍ୱରୀ ଗୁରୁ, ଶ୍ରୀମତୀ ସବିତା ପାଣିଗ୍ରାହୀ, ଶ୍ରୀମତୀ ଶେଫାଳୀ ଗୁରୁ, ଶ୍ରୀମତୀ ସବିତା ଗୁରୁ ଓ ଶ୍ରୀମତୀ ଦମୟନ୍ତୀ ଚଇନି ପ୍ରମୁଖ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରା ଯାଇଥିଲା।
ନୂତନ କମିଟି ଗଠନ ହେବା ପରେ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଉପସ୍ଥିତ ସଭ୍ୟ ସଭ୍ୟା ମାନଙ୍କ ତରଫ ରୁ ବିଭିନ୍ନ ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା ଓ ଏହି ପ୍ରସ୍ତାବ ଗୁଡ଼ିକ ଉପରେ ବିଶେଷ ଆଲୋଚନା କରା ଯାଇଥିଲା। ସମସ୍ତ ଆଲୋଚନା ପରେ ଏହି ବର୍ଷ ଧନୁପାଲି ରଥ ଯାତ୍ରା ପାଳନ ପାଇଁ ପାଖା ପାଖି ତିନି ଲକ୍ଷ ଟଙ୍କା ବ୍ୟୟ ର ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଥିଲା। ଏହି ଲକ୍ଷ୍ୟ ହାସଲ ପାଇଁ ସମସ୍ତେ ସହଯୋଗ କରିବା ପାଇଁ ମନସ୍ଥ କରିଥିଲେ।
ଧନୁପାଲି ରଥଯାତ୍ରା ବିଗତ ୨୦୦୪ ମସିହା ରେ ପ୍ରଥମ ଥର ପାଇଁ ରଥଯାତ୍ରା ପାଳନ କରା ଯାଇଥିଲା। ଏହି ବର୍ଷ ବାଇସ ତମ ରଥଯାତ୍ରା ଭବ୍ୟ ଓ ଦିବ୍ୟ ଭାବେ ପାଳନ ପାଇଁ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଥିଲା। ଏହି ଚୂଡାନ୍ତ କାର୍ଯ୍ୟସୂଚୀ ମୁତାବକ ଆଗାମୀ ତା: ୧୧/୦୬/୨୦୨୫ ରେ ଦେବସ୍ନାନ ପୂର୍ଣ୍ଣିମା, ୨୬/୦୬/୨୦୨୫ ରେ ନେତ୍ରୋତ୍ସବ, ୨୭/୦୬/୨୦୨୫ ରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା, ୦୧/୦୭/୨୦୨୫ ରେ ହେରା ପଞ୍ଚମୀ, ୦୫/୦୭/୨୦୨୫ ରେ ବାହୁଡା଼ ଯାତ୍ରା, ୦୬/୦୭/୨୦୨୫ ରେ ସୁନା ବେଶ କାର୍ଯ୍ୟକ୍ରମ ପାଇଁ ସର୍ବ ସମ୍ମତି ରେ ନିଷ୍ପତ୍ତି କରା ଯାଇଥିଲା। ସଭା ଶେଷ ରେ ସମ୍ପାଦକ ସୌରଭ ରଞ୍ଜନ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ