Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ। ଏଥର ଶୁଭମନ ଗିଲ୍ ମୁମ୍ବାଇରୁ ଇଂଲଣ୍ଡ ଯାଉଥିବା ଦଳର ନେତୃତ୍ୱ ନେଉଛନ୍ତି। ଏଥର କରୁଣ ନାୟାରଙ୍କୁ ମଧ୍ୟ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି। ପାଞ୍ଚଟିକିଆ ଟେଷ୍ଟ ସିରିଜ୍ ଖେଳିବ ଟିମ୍। ଟିମ୍ ଇଣ୍ଡିଆ ଇଂଲଣ୍ଡରେ ଖେଳିବାକୁ ଯାଇଥିବା ଟେଷ୍ଟ ମ୍ୟାଚ୍ ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୫-୨୭ ର ଏକ ଅଂଶ।

ସୂଚନା ଅନୁଯାୟୀ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚଟିକିଆ ସିରିଜ୍ ର ପ୍ରଥମ ଟେଷ୍ଟ ଜୁନ୍ ୨୦ ରୁ ଲଡ୍ସରେ ଖେଳାଯିବ। ଏହି ସିରିଜ୍ ସହିତ, ଭାରତର ନୂତନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଚକ୍ର (୨୦୨୫-୨୭) ମଧ୍ୟ ଆରମ୍ଭ ହେବ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ତାରକା ଟେଷ୍ଟରୁ ଅବସର ନେବା ପରେ ଶୁଭମନ ଗିଲଙ୍କୁ ମେ ମାସରେ ନୂତନ ଟେଷ୍ଟ ଅଧିନାୟକ ଭାବରେ ମନୋନୀତ କରାଯାଇଥିଲା। ଗିଲ୍ ଭାରତର ୩୭ତମ ଟେଷ୍ଟ ଅଧିନାୟକ ହେବେ। ୱିକେଟକିପର-ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଟେଷ୍ଟରେ ନୂତନ ଉପ-ଅଧିନାୟକ। ଏହା ବ୍ୟତୀତ କରୁଣ ନାୟାର ଆଠ ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଶାର୍ଦ୍ଦୁଳ ଠାକୁର ମଧ୍ୟ ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

ତେବେ ବିସିସିଆଇ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବିଳମ୍ବିତ ରାତିରେ ଖେଳାଳିମାନେ ଇଂଲଣ୍ଡ ଗସ୍ତରେ ଯାଉଥିବାର ଅନେକ ଫଟୋ ସେୟାର କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ