Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌ଙ୍କ ପରଲୋକ

ସମ୍ବଲପୁର:ବରଗଡ଼ ଜିଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ମହମ୍ମଦ ରଫିକ୍‌ଙ୍କ ଶୁକ୍ରବାର ୭୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ କିଛିଦିନ ହେଲା ରକ୍ତ ଶର୍କରା ଜନିତ ରୋଗ ପାଇଁ ବରଗଡ଼ର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ସକାଳ ପ୍ରାୟ ୬ଟା ୩୦ମି ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୨୦୦୪ ରୁ ୨୦୦୯ପର୍ଯ୍ୟନ୍ତ ସେ ତତ୍କାଳୀନ ମେଳଛାମୁଣ୍ଡା ବିଧାନସଭା କ୍ଷେତ୍ରର ବିଧାୟକ ଥିଲେ। ଏହା ସହିତ ସେ ସୋହେଲା ଦୁର୍ଗାପୂଜା କମିଟିର ଉପସଭାପତି ଥିଲେ। ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ ମଧ୍ୟ ସେ କାମ କରିଥିଲେ। ସ୍ବର୍ଗତଃ ରଫିକ୍‌ ଅବିବାହିତ ଥିଲେ। ନିଜର ଅମାୟିକ ବ୍ୟବହାର, ସରଳ ସ୍ବଭାବ ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଅତି ପ୍ରିୟ ଥିଲେ। ତାଙ୍କ ବିୟୋଗରେ ସୋହେଲା ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ