Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ସାଂସ୍କୃତିକ ସମାଜରେ ବିଶ୍ଵ ପରିବେଶ ଦିବସ

ସମ୍ବଲପୁର :ଓଡିଶା ସାଂସ୍କୃତିକ ସମାଜ ଠାରେ ବିଶ୍ଵ ପରିବେଶ ଦିବସ ସଭାପତି ଡ ପରେଶ ଦାନୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ କୁଳପତି, ବୀର ସୁରେନ୍ଦ୍ର ସାଏ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ ପ୍ରଫେସର ଡକ୍ଟର ଦୀପକ କୁମାର ସାହୁ ଯୋଗ ଦେଇ ବର୍ତ୍ତମାନ ପରିବେଶ ପାଇଁ ସୋଲାର ଶକ୍ତି ଦ୍ଵାରା ପରିବେଶ ପ୍ରଦୂଷଣ ରୁ ରକ୍ଷା କରି ପାରିବ lମୁଖ୍ୟ ବକ୍ତା ଭାବେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଡକ୍ଟର ସଞ୍ଜତ କୁମାର ସାହୁ ଏ ବର୍ଷର ଥିମ୍ ପ୍ଲାଷ୍ଟିକ୍ ର ବ୍ୟବହାର ଶେଷ କରିବା ଉପରେ ଗୁରୁତ୍ଵ ଦେଇ ତାର ପ୍ରଭାବରେ ବିଶ୍ଵ ପରିବେଶ ପ୍ରଦୂଷିତ ହୋଇ ତାର ବ୍ୟବହାରକୁ କମାଇବାକୁ ଅନୁରୋଧ କରିଥିଲେ l ଏହି ସଭାରେ ସମ୍ପାଦକ ଶ୍ରୀ ଦୀନବନ୍ଧୁ ପଣ୍ଡା ଓଡିଶା ସାଂସ୍କୃତିକ ସମାଜର ଆଭିମୁଖ୍ୟ ଉପରେ ଆଲୋକପାତ କରି ଅତିଥି ପରିଚୟ ପ୍ରଦାନ କରିଥିଲେ l ପରିବେଶ ସୁରକ୍ଷା ସମିତି ଆବାହକ ଶ୍ରୀ ଦିଲୀପ କୁମାର ବଘାର ପରିବେଶ ସଚେତନତା ଓଡିଶା ସାଂସ୍କୃତିକ ସମାଜ ବର୍ଷସାରା ପାଳନ କରିଥାଏ l ବିଶିଷ୍ଟ ପରିବେଶ ପ୍ରେମୀ ତରଭା, ସୁବର୍ଣ୍ଣପୁରର ଶ୍ରୀ ଗିରିଧାରୀ ଭୋଇଙ୍କୁ ପରିବେଶ ସମ୍ମାନ – ୨୦୨୫ ପ୍ରଦାନ କରାଯାଇଥିଲା l ମାନପତ୍ର ପାଠ କରିଥିଲେ ଡ. ସତ୍ୟନାରାୟଣ ଠାକୁର lପ୍ରତ୍ୟୁତ୍ତରରେ ସେ ଓଡ଼ିଶା ସାଂସ୍କୃତିକ ସମାଜକୁ କୃତଜ୍ଞତା ଜ୍ଞାପନ କରିଥିଲେ l ପରିବେଶ ଉପରେ ହୋଇଥିବା ବକ୍ତୃତା ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ଉପ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାଟଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶ୍ରୀ ଅଖିଳ ରଞ୍ଜନ ପଟ୍ଟନାୟକ, ତାପସ କୁମାର ଦାସ, କୈଳାଶ ଚନ୍ଦ୍ର ମିସ୍ତ୍ରୀ, ରାମାନୁଜ ପଣ୍ଡା, ପଲଟୁ ଅଗ୍ରୱାଲ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ