Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାବନ ସରୋବର ଠାରେ ବିଶ୍ଵ ପର୍ଯ୍ୟାବରଣ ଦିବସ

ସମ୍ବଲପୁର: ପାବନ ସରୋବର ଠାରେ ବିଶ୍ଵ ପର୍ଯ୍ୟାବରଣ ଦିବସ ପାଳିତ ହୋଇଯାଇଛି। ସମ୍ବଲପୁର ଉପ କ୍ଷେତ୍ରୀୟ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମା କୁମାରୀ ପାର୍ବତୀ ଦିଦି ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ।
ପାବନ ସରୋବର ପରିସରରେ ଶତାଧିକ ଚାରାରୋପଣ କରାଯାଇଥିଲା । ଯେଉଁଥିରେ ଆମ୍ବ, ନଡିଆ, ପିଜୁଳି, ସଫେଟା, ନାସପାତି, ଫକ୍ସଟେଲ ପାମ, ସୁନାରୀ, କୃଷ୍ଣଚୂଡା ଆଦି ଗଛ ସବୁ ରହିଛି। ଚାରାରୋପଣ କାର୍ଯ୍ୟକ୍ରମରେ ସମ୍ବଲପୁର ଡିଏଫ୍ଓ ଗୋରଖ କାଲୁଙ୍ଗ ଯୋଗ ଦେଇ ଉତ୍ସାହିତ କରାଇଥିଲେ। ଉଦ୍ୟାନ ବିଭାଗ ଅଫିସର ବ୍ରହ୍ମାକୁମାରୀ ମୌସୁମୀ ଭଉଣୀ ମଧ୍ୟ ଚାରାରୋପଣ କରି କାର୍ଯ୍ୟକ୍ରମକୁ ସଫଳ କରାଇ ଥିଲେ। ବ୍ରହ୍ମାକୁମାରୀ ଵିନୀ , ଆରତୀ, ଦୀପା , ଶକୁନ୍ତଳା , ରାସେଶ୍ୱରୀ ଏବଂ ବ୍ରହ୍ମକୁମାର ରୁପେଶ , ମୋହନ , ଅନିଲ , ନରୋତ୍ତମ , ଅମୂଲ୍ୟ , ସୁଧୀର,କୁମରମଣୀ ପ୍ରମୁଖ ବୃକ୍ଷରୋପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ