ପନ୍ଦର ଦିନିଆ ନିଶୁଲ୍କ କିକ୍‌ ବକ୍ସିଂ ପ୍ରଶିକ୍ଷଣ ଆରମ୍ଭ


ସମ୍ବଲପୁର:ଜେଲଛକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ସମ୍ବଲପୁର କିକ୍‌ ବକ୍ସିଂ ଏସେସିଏସନ ପକ୍ଷରୁ ପନ୍ଦର ଦିନିଆ ନିଶୁଲ୍କ କିକ୍‌ ବକ୍ସିଂ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଜିଲା କିକ୍‌ ବକ୍ସିଂ ଏସୋସିଏସନ (ୱାକୋ ଓଡିଶା)ର ସମ୍ବଲପୁର ସଭାପତି ଉତ୍ପଲ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲା ଓକିଳ ସଂଘର ପୁର୍ବତନ ସଭାପତି ଡ. ପ୍ରମୋଦ ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଶିକ୍ଷଣ କାଯର୍‌ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀଶ ଭୋଇ, ହେମନ୍ତ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜାତୀୟ ସ୍ତରର ମାନ୍ୟତା ପ୍ରାପ୍ତ କିକ୍‌ ବକ୍ସିଂ ରେଫରି ସୁବ୍ରତ ପ୍ରଧାନ ଏଥିରେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସ୍ଥାନୀୟ ବସ୍ତୀ ଅଞ୍ଚଳର ପନ୍ଦର ବର୍ଷରୁ କମ ବୟସର ଛାତ୍ରୀଛାତ୍ରଙ୍କୁ ମାଗଣାରେ କିକ୍‌ ବକ୍ସିଂ ପ୍ରଶିକ୍ଷଣ ପ୍ରଦାନ କରାଯିବ । ପନ୍ଦର ଦିନ ପରେ ଯେଉଁ ଛାତ୍ରୀଛାତ୍ର ମାନେ ଦକ୍ଷତା ପ୍ରଦର୍ଶନ କରିବେ ସେମାନଙ୍କୁ ଆଗକୁ ମଧ୍ୟ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ ବୋଲି ଏସୋସିଏସନସନର ସମ୍ବଲପୁୂର ସଭାପତି ଶ୍ରୀ ଦାସ କହିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡ. ରଥ ବସ୍ତୀର ପିଲାଙ୍କୁ ନେଇ ଏଭଲି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ପ୍ରଶଂସା କରିଥିଲେ । ଏହାସହ ଏଥିରେ ଯୋଗ ଦେଇଥିବା ପ୍ରଶିକ୍ଷାର୍ଥୀମାନେ ପ୍ରଶିକ୍ଷଣ ନେଇ ଆଗକୁ ଏହି ଆତ୍ମରକ୍ଷା କଳାକୁ ଉପଯୋଗ କରନ୍ତୁ ବୋଲି କହିଥିଲେ । ଏହି ଅବସରରେ ସମ୍ବଲପୁରୀ ଡେରା ପରିସରରେ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା କରାଇ ଥିବାରୁ ପ୍ରଶିକ୍ଷକ ସୁବ୍ରତ ପ୍ରଧାନ ପଶ୍ଚିମାଞ୍ଚଳ ଏକତା ମଞ୍ଚକୁ ଧନ୍ୟବାଦ ଦେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନରେ ସର୍ମିଲ ସାହୁ, ଶିବାଂଶି ତ୍ରୀପାଠୀ , ଶ୍ରୀୟାଂଶୀ ପ୍ରିପାଠୀ, ସଂସ୍କାର ବାଗ, ସୁଭମ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।