Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରିଟିଶମାନେ ଯାହା କରିପାରିନଥିଲେ ତାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ହୋଇପାରିଲା – ଓମର ଅବଦୁଲ୍ଲା

ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଚେନାବ ସେତୁର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଆମ ପ୍ରଧାନମନ୍ତ୍ରୀ ଯାହା କରିଛନ୍ତି ତାହା ବ୍ରିଟିଶମାନେ ମଧ୍ୟ କରିପାରି ନଥିଲେ। ଚେନାବ ସେତୁ ପ୍ରକଳ୍ପର ସଫଳତା ଦେଖିବା ସମସ୍ତଙ୍କର ସ୍ବପ୍ନ ଥିଲା ।

ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପୂରଣ କରିଛନ୍ତି। ଜାମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା

ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଏହି ପ୍ରକଳ୍ପକୁ ପ୍ରଶଂସା କରି କହିଛନ୍ତି ଯେ, ବ୍ରିଟିଶମାନେ ଯାହା କରିପାରିନଥିଲେ ତାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ହୋଇପାରିଲା । ସେ କହିଛନ୍ତି ଯେ, ଯେତେବେଳେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ମୁଁ ୮ମ ଶ୍ରେଣୀରେ ପଢ଼ୁଥିଲି। ବର୍ତ୍ତମାନ ମୋର ବୟସ ୫୫ ବର୍ଷ। ଏହି ପ୍ରକଳ୍ପରୁ ଜମ୍ମୁକାଶ୍ମୀର ବହୁତ ଲାଭବାନ ହେବ। ଆଗାମୀ ଦିନରେ ସ୍ଥାନୀୟ ଲୋକମାନେ ବହୁତ ଲାଭ ପାଇବେ। ଚେନାବ ସେତୁ ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିବ। ଓମର ଆହୁରି କହିଛନ୍ତି ଯେ, ଏହି ସ୍ବପ୍ନ ବହୁ ଦଶନ୍ଧି ଧରି ଅଧୁରା ଥିଲା। ବ୍ରିଟିଶମାନେ ମଧ୍ୟ ଏହି ସ୍ବପ୍ନ ଦେଖିଥିଲେ। କିନ୍ତୁ ବ୍ରିଟିଶମାନେ ଯାହା ପୂରଣ କରିପାରିନଥିଲେ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳରେ ପୂରଣ ହୋଇଛି ।

ଓମର ଅବଦୁଲ୍ଲା କହିଛନ୍ତି ଯେ, ଏହି ପ୍ରକଳ୍ପ ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିବ। ଏହା ରାଜ୍ୟର ଚାଷୀମାନଙ୍କୁ, ବିଶେଷକରି ଯେଉଁମାନେ ସେଓ ବ୍ୟବସାୟ କରନ୍ତି ସେମାନଙ୍କୁ ବହୁତ ଲାଭ ଦେବ। ଏବେ କାଶ୍ମୀରରେ ଚାଷ ହେଉଥିବା ସେଓ ଦେଶର ବିଭିନ୍ନ ଅଂଶରେ ସହଜରେ ପହଞ୍ଚିପାରିବ । ଏହା ଦେଶର ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଆଣିବ। ସେ କହିଛନ୍ତି ଯେ, ଏହା କେବଳ ଆୟ ବୃଦ୍ଧି କରିବ ନାହିଁ ବରଂ ଯୁବକମାନଙ୍କୁ ନିଯୁକ୍ତି ମଧ୍ୟ ପ୍ରଦାନ କରିବ।

ସେପଟେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୋତେ ଚେନାବ ସେତୁ ଏବଂ ଅଞ୍ଜି ସେତୁ ଉଦଘାଟନ କରିବାର ସୁଯୋଗ ମିଳିଛି, ଏହା ମୋ ପାଇଁ ସୌଭାଗ୍ୟର କଥା। ଜମ୍ମୁକାଶ୍ମୀରକୁ ଦୁଇଟି ନୂତନ ଟ୍ରେନ ମିଳିଛି। ଜମ୍ମୁକାଶ୍ମୀରର ଲୋକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଏହି ବିକାଶ ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଅନେକ ପିଢ଼ି ଏଠାରେ ରେଳ ସଂଯୋଗର ସ୍ବପ୍ନ ଦେଖିଥିଲେ। ମୁଖ୍ୟମନ୍ତ୍ରୀ ଓମରଙ୍କ କଥାକୁ ଉଲ୍ଲେଖ କରି ସେ କହିଛନ୍ତି ଯେ, ଓମର କୁହନ୍ତି ସେ ସପ୍ତମ-ଅଷ୍ଟମ ଶ୍ରେଣୀରେ ପାଠପଢ଼ୁଥିଲେ, ସେବେଠୁ ସେ ଏହି ପ୍ରକଳ୍ପ ସମାପ୍ତ ହେବାକୁ ଅପେକ୍ଷା କରିଥିଲେ। ଏହା ସହିତ ଆଜି ଲକ୍ଷ ଲକ୍ଷ ଲୋକଙ୍କ ସ୍ବପ୍ନ ସାକାର ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ