Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡ଼ ରେ ପବିତ୍ର ରେଜାଙ୍ଗ’ଲା ସହିଦ ମାଟିର କଲସ ଯାତ୍ରା:ଯାଦବ ସମାଜ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା

ସମ୍ବଲପୁର: ଗତ ୧୯୬୨ ଚିନ – ଭାରତ ଯୁଦ୍ଧ ସମୟରେ ୧୧୪ ଜଣ ସୈନିକ (ସମସ୍ତେ ଅହିର ଯାଦବ) ୩୦୦୦ ରୁ ଅଧିକ ଚିନ ସୈନିକ ଙ୍କୁ ସାମନା କରିବା ସହିତ ରାଜନୈତିକ ଦୃଷ୍ଟିକୋଣ ରୁ ରେଜାଙ୍ଗ’ଲା ପର୍ବତ ପଥକୁ ସଫଳତା ସହିତ ରକ୍ଷା କରିଥିଲେ ! ସମଗ୍ର ଭାରତ ପରିକ୍ରମା ରେ ବାହାରିଥିବା ପବିତ୍ର ରେଜେଙ୍ଗେ’ଲା ସହିଦ ମାଟି କୁ
ଗତ ମାସ ମଇ ୧୩ ରୁ ବିହାର ଚମ୍ପାରନ ରୁ ବାହାରି ଝାରଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଦେଇ ଉତ୍କଳ ଯାଦବ ମହାସଭା ସଭାପତି ଡ. ଆଶିର୍ବାଦ ବେହେରା ଙ୍କ ତତ୍ବାବଧାନରେ ଓଡ଼ିଶାକୁ ପ୍ରବେଶ କରି ଗତକାଲି ୦୭.୦୬.୨୦୨୫ ଦିନ ବରପାଲି ରୁ ଏକ ଶୋଭାଯାତ୍ରାରେ ବରଗଡ଼ ବୀର ସୁରେନ୍ଦ୍ର ସାଏ ଛକରୁ ବିଜୁପଟ୍ଟନାୟକ ଟାଉନ ହଲ ପର୍ଯ୍ୟନ୍ତ ସଂକିର୍ତ୍ତନ୍ୟ ଏବଂ ବଜା ଗଜା ସହିତ ଅଣାଯାଇ ପୂଜା ଅର୍ଚ୍ଚନା ପରେ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭାକାର୍ଯ୍ୟ ପରେ ବାଇକ ରେଲିରେ ସହର ପରିକ୍ରମା କରାଯାଇଥିଲା
ସଭାକାର୍ଯ୍ୟ ରେ ରାଷ୍ଟ୍ରୀୟ ଯାଦବ ସାଧାରଣ ସମ୍ପାଦକ ତଥା ବରଗଡ଼ ଜିଲ୍ଲା ଯାଦବ ସଭାପତି ଶ୍ରୀ ରାଜୁ ଘିବେଲା ଙ୍କ ତତ୍ବାବଧାନରେ ଅନୁଷ୍ଠିତ ସଭାରେ ଅଲ ଇଣ୍ଡିଆ ଅହିର ରେଜିମେଣ୍ଟ କୋଅଡିନେଟର ବ୍ରିଗେଡିଅର ପ୍ରଦୀପ ୟାଡୁ, ରାଷ୍ଟ୍ରୀୟ ଯାଦବ ମହିଳା ସଭାପତି ଶ୍ରୀମତୀ ମଞ୍ଜୁ ୟାଡୁ, ଉତ୍କଳ ଯାଦବ ଉପ ସଭାପତି ଶ୍ରୀ ଲମ୍ବୋଦର ନିଆଲ,ଉପ ସଭାପତି ଧନସିଂ ଭୋଇ,ଯୁବ ଯାଦବ ସଭାପତି ପ୍ରଦୀପ ଥାପା, ପୌରପାଳିକା ତଥା ଯାଦବ ମହିଳା ସଭାପତି ଶ୍ରୀମତୀ କଲ୍ପନା ମାଝୀ, ରାଜ୍ୟ ଯାଦବ କ୍ରୀଡା ସଦସ୍ୟା ତଥା ବରଗଡ଼ ଜିଲ୍ଲା ଯାଦବ ମହିଳା ସଂପାଦିକା ଆରୁଣା ଘିବିଲା, ଜିଲ୍ଲା ସଂପାଦକ ନାମ ଭୋଇ, ଜିଲ୍ଲା ଯୁବ ସଂପାଦକ ପିତବାସ ବେହେରା, ଆନନ୍ଦ ବଗର୍ତ୍ତି,ରାଧେ ପୋଢ, ଶୁଭେନ୍ଦୁ ବଗାର ଏବଂ ଅନ୍ୟାନ୍ୟ ସମସ୍ତ ଯାଦବ ଭାଇ ଭଉଣୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ