Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ବ ପରିବେଶ ଦିବସ

ସମ୍ବଲପୁର:ଆଜି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭୂତ୍ତାପଡା ଆନୁକୁଲ୍ୟରେ ମୋଟିଝରାନ ବରଗଛ ପଡା ଠାରେ ବିଶ୍ଵ ପରିବେଶ ଦିବସ ଓ ବାର୍ଦ୍ଧକ୍ୟ ଜନିତ ଚିକିତ୍ସା ଶିବିର ର ଆୟୋଜନ କରାଯାଇଥିଲା। ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଆମେ କିପରି ପରିବେଶ କୁ ସ୍ଵଚ୍ଛ ସୁନ୍ଦର ଓ ସୁରକ୍ଷିତ ରଖିବା ତା ଉପରେ ଆଲୋଚନା କରଯାଇଥିଲା। ପ୍ଲାଷ୍ଟିକ ର ବ୍ୟବହାର ଦ୍ଵାରା ହେଉଥିବା ପ୍ରଦୂଷଣ ତଥା ଏହା ଦ୍ଵାରା ହେଉଥିବା ପରିବେଶ ଦୂଷିତ ଉପରେ ଆଲୋଚନା କରଯାଇଥିଲା ।
ଆଜି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତରଫରୁ ବାର୍ଦ୍ଧକ୍ୟ ଜନିତ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା ଏହି ଶିବିର ରେ ଏଠାରେ ଥିବା ବୃଦ୍ଧା ଜନତା ମାନେ ଯୋଗଦାନ କରିଥିଲେ । ଏଥିରେ ସେମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା ମାନ କରାଯାଇଥିଲା ଓ ଆବଶ୍ୟକ ଅନୁଯାୟୀ ଔଷଧ ମାନ ମଧ୍ୟ ପ୍ରଦାନ କରଯାଇଥିଲା। ଏହି ଅବସରରେ ୟୋଗ, ଫିଜିଓଥେରାପେ ଚିକିତ୍ସା ମଧ୍ୟ ପ୍ରଦାନ କରଯାଇଥିଲା। ଆଜିର ଏହି ଶିବିର ଆୟୋଜନ ରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସମସ୍ତ ସଦସ୍ୟ, ଆଶା କର୍ମୀ, ଅଙ୍ଗୱାଡ଼ି କର୍ମୀ ଉପସ୍ଥିତ ରହି ପରିଚାଳନା ରେ ସାହାଯ୍ୟ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ