Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଚିଶ ବର୍ଷ ହେଲା ଦୁଇ ସାଙ୍ଗ ଛେଳି ରଖି ଚଳାଉଛନ୍ତି ପରିବାର।

ହାଟଡିହି ସାଙ୍ଗ କିଏ କାହାକୁ କାହିଁକି କରିଛି ତାହା ଆମେ ତ ଜାଣିନେ। ହେଲେ  ଏତିକି କହିବା ସାଙ୍ଗ ଗହଳେ  ଜୀବନ ତିଆରି କରେ ତ କେଉଁଠି ସାଙ୍ଗ ପାଇଁ ପରିବାର ଉଜୁଡ଼ି ଯାଏ। ସେହି ପରି ଦୁଇ ସାଙ୍ଗ ଙ୍କୁ ଦେଖିବାକୁ ମିଳିଛି ହାଟଡିହି ବ୍ଲକର ସଡଙ୍ଗ ଗ୍ରାମ ର  କନକ ନାନୀ ଓ ରାଧା ନାନୀ ଙ୍କ  ମଧ୍ୟରେ। ବୟସ ପାଖାପାଖି ସମାନ। କନକ ନାନୀ ସ୍ବାମୀ ଗୋବର୍ଦ୍ଧନ ରାଧାନାନି ର ସ୍ବାମୀ କୃଷ୍ଣ।  ଦୁଇ ପରିବାର ମଧ୍ୟରେ ସେମିତି ବଡ ସମ୍ପର୍କ ନଥିଲେ କିଏ କାହାର ବିପଦ ଦେଖିଲେ ସହି ନପାରି ଉଭୟ ଉଭୟ ଙ୍କ ପାଇଁ  ଦୌଡ଼ି ଆସନ୍ତି। ରାଧା ନାନୀ ର  ପାଞ୍ଚ ଜଣ ଝିଅ  ରହିଥିବା ବେଳେ କନକ ର ଦୁଇ ଝିଅ ଗୋଟିଏ ପୁଅ ରହିଛି। ମାତ୍ର ଦୁହେଁ ମିଶି ପଚାଶ ଟି ଛେଳି ରଖି ଦୁଇ ପରିବାର କୁ ସେହିଥିରୁ  ଚଳାଉଛନ୍ତି। ଏବେ ଗୋଟିଏ ଜାଗା ରେ ଏତେ ଛେଳି ରଖିବା ସମ୍ଭବ ହେଉନଥିବାରୁ  କନକ କୋଡ଼ିଏ ଟି ରାଧା ପଚିଶ ଟି ଲେଖାଏଁ ଛେଳି ରଖିଛନ୍ତି। ହେଲେ  ଏହା ତ ମାତ୍ର ବେପାର ବଣିଜର କଥା। ହେଲେ ଦୁହିଁଙ୍କ ମଧ୍ୟରେ ଆତ୍ମିୟତା ଦେଖିଲେ ବୁଝପଡ଼ିବନି କି  ଏହି ବେପାର ରେ ତାଙ୍କର ଖୁସି ନାହିଁ ବୋଲି।  ଏହିପରି ଛେଳି ରଖି ସେ ପଚିଶ ବର୍ଷ ହେଲା ପରିବାର ଚଳାଉ ଥିବା ବେଳେ ଦୁହିଁ ଙ୍କ ସମ୍ପର୍କ ମଧ୍ୟରେ ପ୍ରକୃତ ମଣିଷତ୍ଵ କେତେ ଜଣେ ନଦେଖିଲେ ବିଶ୍ୱାସ କରି ପାରିବନି। ସବୁ ଦିନ ସକାଳ ହେଲେ ଜଣେ ରାଧା କହିଲେ ଆଉ ଜଣେ କହେ ରହ ଯାଉଛି ଯାଉଛି। ଛେଳି ନେଇ ଗଲା ବେଳେ ସାଙ୍ଗରେ ଥାଏ ଭାତ କେଟିଲ, ହାତରେ ଛୋଟିଆ ବାଡି ଟିଏ  ଆଉ ଏହାରି ସାଙ୍ଗରେ  ପୁରା ଗାଁ ପରିବେଶ ର ଦେଶୀ ବେଶ୍ ବୁଶା ପରିବେଶଗତ ଅଭାବୀ ମାନଙ୍କ ମଧ୍ୟରେ ପ୍ରକୃତ ମଣିଷ ର ସାଙ୍ଗ ପଣିଆ କୁ  ବୁଝାଇ ଦେଉଥିଲା। ଯାହାକି ପଚିଶ ବର୍ଷ ହେଲା ସାଙ୍ଗ ଟିଏ କିପରି ସାଙ୍ଗକୁ ଭଲ ପାଇବା କଥା ତାହାବୁଝାଇ ଦେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ