ପୂର୍ବତନ ବିଇଓ ଓ ଆଠ ସିଆରର୍ଶି ଙ୍କୁ ବିଦାୟ ସମ୍ବର୍ଦ୍ଧନା।


ହାଟଡିହି  ଏହି ବ୍ଲକ ରେ ପୂର୍ବ ରୁ କାର୍ଯ୍ୟରତ ଥିବା ଆନନ୍ଦପୁର  ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ତଥା ହାଟଡିହି ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଦାୟିତ୍ୱ ରେ ଥିବା ବିଇଓ ଓଁଙ୍କାର  ଅନ୍ଵେଶ ଙ୍କ ସହ ପୂର୍ବରୁ କାର୍ଯ୍ୟକାରୀ ସିଆରସି ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସିଆରଶି ମାନଙ୍କ ମଧ୍ୟରେ ଢେଙ୍କା ର କେଶବ କର, ଆମ୍ବାର ଗଦାଧର ଜେନା, ସଡଙ୍ଗ ର ବିଜୟ ଜେନା, ବାଙ୍ଗୋର ର ବସନ୍ତ ନାୟକ, କେ ବାଲିପାଳ ର ମଙ୍ଗଲ୍ ହାଁସଦା, ବାଲିବାରେଇ ର ପ୍ରଦୀପ ଦେହୁରୀ, ପଢ଼ିଆରିପଲ୍ଲୀ ର ରବିନାରାୟଣ ଦାସ ମହାପାତ୍ର, ସଢ଼ା ର କୃଷ୍ଣ ଚନ୍ଦ୍ର ନାୟକ ବିଦାୟ ନେଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ଏବିଓ କମ୍ Brcc ପ୍ରମୋଦ କୁମାର ନାୟକ, ମରେଇଗାଁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ତ୍ରିପାଠୀ,ସୁମନ୍ତ କୁମାର ନାଇକ, ଦେବାଶିଷ ବାରିକ, ଗଦାଧର ଜେନା, ଅଞ୍ଜନ ଜେନା, ସଞ୍ଜୟ ସାହୁ, ଶିଶିର ଜେନା, ପ୍ରସନ୍ନ ବେହେରା, ଦେବାଶିଷ ସାହୁ, ପ୍ରଫୁଲ୍ଲ କୁମାର ଜେନା ପ୍ରମୁଖ ହାଟଡିହି ବ୍ଲକ ର ସମସ୍ତ ଶିକ୍ଷା ବିଭାଗ ର  କର୍ମଚାରୀ  ମାନେ ଯୋଗ ଦେଇଥିଲେ।