Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘରୋଇ ସିଜିନର କାର୍ଯ୍ୟସୂଚୀରେ ପରିବର୍ତ୍ତନ କଲା ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇ ଘରୋଇ ସିଜିନର କାର୍ଯ୍ୟସୂଚୀ ପରିବର୍ତ୍ତନ କରିଛି। ଏହି ବର୍ଷ ଟିମ୍ ଇଣ୍ଡିଆ ଘରୋଇ ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟେଷ୍ଟ ମ୍ୟାଚ୍, ଦିନିକିଆ ଏବଂ ଟି-୨୦ ଅନ୍ତର୍ଜାତୀୟ ଖେଳିବାକୁ ଯାଉଛି। ଯେଉଁଥିରେ ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଟେଷ୍ଟ ସିରିଜ୍ ୨ ଅକ୍ଟୋବର ୨୦୨୫ରେ ଅହମ୍ମଦାବାଦରେ ଆରମ୍ଭ ହେବ।

ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ଦ୍ୱିତୀୟ ଟେଷ୍ଟ, ଯାହା ପୂର୍ବରୁ କୋଲକାତାରେ ଅନୁଷ୍ଠିତ ହେବାର ଥିଲା। ଏବେ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ। ସେହି ସମୟରେ, ୧୪ ନଭେମ୍ବର ୨୦୨୫ରେ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ପ୍ରଥମ ଟେଷ୍ଟକୁ ନୂଆଦିଲ୍ଲୀରୁ କୋଲକାତାର ଇଡେନ୍ ଗାର୍ଡେନ୍ସକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆଉଟଫିଲ୍ଡ ଏବଂ ପିଚ୍ ଫିକ୍ସିଂ ଯୋଗୁଁ ଟିମ୍ ଇଣ୍ଡିଆ (ବରିଷ୍ଠ ମହିଳା) ଏବଂ ଅଷ୍ଟ୍ରେଲିଆ ମହିଳା ମଧ୍ୟରେ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଦିନିକିଆ ସିରିଜ୍ ଚେନ୍ନାଇରୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ୬ ଅକ୍ଟୋବରରେ ଖେଳାଯିବ। ଯାହା ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ସେହି ସମୟରେ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ୧୦ ଅକ୍ଟୋବରରେ ନୂଆଦିଲ୍ଲୀରେ ଖେଳାଯିବ। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ୧୮ ନଭେମ୍ବରରେ କୋଲକାତାରେ ଖେଳାଯିବ। ଯେତେବେଳେ କି ସିରିଜର ଶେଷ ଏବଂ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ୨୬ ନଭେମ୍ବରରୁ ଆରମ୍ଭ ହେବ। ଯାହା ଗୌହାଟୀରେ ଖେଳାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ