Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲିକୁ ସମ୍ମାନ ନାହିଁତ ତଲାବିରା କୋଇଲା ଖଣିର ସମସ୍ତ କାର୍ଯ୍ୟ ବନ୍ଦ?ତେଜିଲେ ଖିଣ୍ଡା ଗ୍ରାମବାସୀ

ସମ୍ବଲପୁର:ରେଙ୍ଗାଲିର ମାନ ସମ୍ମାନ ବଞ୍ଚାଇବାକୁ ଏକ ହେଲେ ବୀର ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଙ୍କ ଭିଟାମାଟି ଖିଣ୍ଡା ଗ୍ରାମବାସୀ।ସାମାଜିକ ସେବା ନାହିଁତ ଶିଳ୍ପ ନାହିଁ। ପରିବେଶ ପ୍ରତି ଧ୍ୟାନ ଦେବନିତ ପ୍ରଦୂଷଣ ରୋକିବାକୁ ଆମେ ଏବେ ଏକାଠି ଏଭଳି ସ୍ୱର ୯ ତାରିଖ ଦିନ ତେଜିଛି।
ସମ୍ବଲପୁର ଜିଲ୍ଲା ରେଙ୍ଗାଲିର ବ୍ଳକ୍ ର ଖିଣ୍ଡା ପଞ୍ଚାୟତବାସୀ ୯ ତାରିଖ ସକାଳ ୯ ଟାରୁ ତଲାବିରା କୋଇଲା ଖଣିର ମୁଖ୍ୟ ଦ୍ୱାରକୁ ଆସି ଅର୍ଥ ନୈତିକ ଅବରୋଧ କରିବା ସହିତ ଖଣିର ସମସ୍ତ କାମ ବନ୍ଦ କରି ମୁଖ୍ୟ ଫାଟକ ପାଖରେ ଜଗିବସି ରହିଲେ। ଅନ୍ୟ ପଟେ ଖବର ମିଳିଥିଲା କମ୍ପାନୀର ଭିତର କାମ ଚାଲୁଥିବାର, ଏହା ଶୁଣି ଲୋକେ ଉତ୍ୟକ୍ତ ହୋଇ କମ୍ପାନୀ ଭିତରକୁ ଯାଇ ସମସ୍ତ କାମ ବନ୍ଦ କରିଥିଲେ । ଦୀର୍ଘ ଦିନରୁ ଲୋକଙ୍କ ମନରେ ବସା ବାନ୍ଧିଥିବା ଅଶାନ୍ତି ଆଜି ଉଗ୍ର ରୂପ ନେଇଥିଲା।
ସମ୍ବଲପୁର ଝାରସୁଗୁଡା ଜିଲ୍ଲା ତଲାବିରା କୋଇଲା ଖଣିରୁ ନିର୍ଗତ କୋଇଲା ଗୁଣ୍ଡ ଲୋକଙ୍କୁ ଅଣନିସ୍ବାଶୀ କରୁଛି l ବ୍ୟାପକ ପରିମାଣ ରେ କୋଇଲା ଉତ୍ତୋଳନ ହେବା ଯୋଗୁଁ ସମଗ୍ର ଅଞ୍ଚଳରେ ଧୂଳି ର ଆସ୍ତରଣ ଜମି ଯାଇଛି। ଲୋକଙ୍କ ଘରେ ବାହାରେ ଗଛ ଉପରେ ପାଉଁଶ ର ଆସ୍ତରଣ ଜମି ଯାଇଛି ଫଳରେ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି l ମୁଖ୍ୟତଃ ସ୍ଥାନୀୟ ନିଯୁକ୍ତି, ଜମି ବାଡ଼ି ର ଉଚିତ ମୂଲ୍ଯ, ଥଇଥାନ ପ୍ରସଙ୍ଗ, ନିମ୍ନ ମାନର ସିଏସଆର କାମ, କମ୍ପାନୀର ଅଧିକାରୀ ମାନଙ୍କର ବ୍ୟବହାର ପ୍ରଭୃତି ବିଷୟକୁ ନେଇ ନେଇ ରାଗିଥିଲେ ଗ୍ରାମବାସୀ। ଦୀର୍ଘ ସମୟ ଧରି ଚାପା ଉତ୍ତେଜନା ଲାଗିରହିବା ଫଳରେ ଅପରାହ୍ନ ୨ଟାରେ ରେଙ୍ଗାଲି ତହସିଲଦାର ତକ୍ଷରାଜ ଭିତିରିଆ, ଏନଏଲସି କମ୍ପାନୀର ସିଜିଏମ ଦୟାନନ୍ଦ, ଡ଼ିଜିଏମ ରଘୁମଣି ବେହେରା, ସୁରେନ୍ଦ୍ର ସାଏଙ୍କ ବଂଶଜ ଲାଲ ବିରେନ୍ଦ୍ର ସାଏ , ହେମନ୍ତ ରାଉତ,ଟିକୁ ମେହେର, ଚନ୍ଦ୍ର ଶେଖର ରାଉତ, ସୁନିଲ ଦାସ, ଡୁଲା କାନ୍ତ ବୁଧିଆ,କିଶୋର ସାହୁ, ଉମାକାନ୍ତ ମେହେର, ଜତିନ ସାହୁଙ୍କ ସହିତ ଗ୍ରାମବାସୀ ଓ ଅନ୍ୟ ପ୍ରମୁଖ ଲୋକ ଉପସ୍ଥିତିରେ ଉପ ଜିଲ୍ଲାପାଳ ସ୍ତରୀୟ ଆଲୋଚନା ପ୍ରସ୍ଥାବ ହୋଇଥିଲା । ଏହାକୁ ଉପସ୍ଥିତ ଜନତା ଏଡାଇ ଦେଇ ଜିଲ୍ଲାପାଳ ସ୍ତରୀୟ ଆଲୋଚନା ପାଇଁ ଅଡ଼ି ବସିଥିଲେ। ଶେଷରେ ତାହାହିଁ ହେଲା।ଏକ ସପ୍ତାହ ପରେ ଆଲୋଚନା ପାଇଁ ରାଜି ହୋଇଥିଲେ । ଅନ୍ୟ ପଟେ ଜିଲ୍ଲା ପ୍ରଶାସନର ଚାପ ଯୋଗୁଁ ଆଜି ଆରଡିସି ଙ୍କ ସହିତ କମ୍ପାନୀର ଏକ ଆଲୋଚନା ସଭା ହୋଇଥିବା ନେଇ କମ୍ପାନୀ ସିଜିଏମ ସର୍ବ ସମ୍ମୁଖରେ କହିଥିଲେ।
ଏଠାରେ ସୂଚନା ଯୋଗ୍ୟଯେ, ରେଙ୍ଗାଲି ତାର ହୃତ ଗୌରବ ହରାଇଛି। ଶିଳ୍ପ ସଂସ୍ଥାର ମାଲିକାନା ବଢିଛି। ନ୍ୟାୟ ଅନ୍ୟାୟ କିଛି ମାନୁ ନାହାଁନ୍ତି। ଟଙ୍କା ଓ ବାହୁବଳ ଦେଖାଇ ପ୍ରକୃତିର ଧରିତ୍ରୀ ଯେଭଳି ଵିଵସ୍ତ୍ର ଓ ଧର୍ଷିତ ହେଉଛି ତାକୁ ଆଉ ବରଦାସ୍ତ କରାଯିବ ନାହିଁ। ସଂଗ୍ରାମୀ ମାଟିର ସୁରକ୍ଷା ପାଇଁ ବୀର ସୁରେନ୍ଦ୍ର ସାଏଙ୍କ ଭିଟାମାଟି ଖିଣ୍ଡା ଲୋକ ଏବେ ଏକଜୁଟ ହୋଇଥିବା ବେଳେ ପ୍ରଦୂଷଣରେ ଛନ୍ଦି ହୋଇପଡିଥିବା ରେଙ୍ଗାଲିର ପୂର୍ବ ପରିଚୟ ତିଆରି କରିବାକୁ ଖିଣ୍ଡା ପରି ଅନେକ ଅଞ୍ଚଳବାସୀ ସାମ୍ନାକୁ ଆସି ପରିବେଶ ସୁରକ୍ଷା ପାଇଁ ରେଙ୍ଗାଲିର ଭବିଷ୍ୟତ ପାଇଁ ବର୍ତ୍ତମାନ ଅଣ୍ଟା ଭିଡୁଥିବା ଓ ଏଥିପାଇଁ ଜନମତ ଲୋଡି ପ୍ରସ୍ତୁତ ହେଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ