Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀର ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ

ସମ୍ବଲପୁର:ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ସହିଦ ବୀର ବିର୍ସାମୁଣ୍ଡାଙ୍କ ପୁଣ୍ୟତିଥି ଅବସରରେ ୧୨୫ ତମ ବଳିଦାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସମ୍ବଲପୁରର ସ୍ଥାନୀୟ ଅଇଁଠାପାଲି ଛକ ସ୍ଥିତ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହା ସହ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ଦ୍ଵାରା ବୀର ବିର୍ସାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। କଲ୍ୟାଣ ମହାସଂଘର ସଭାପତି କିଶୋର ମୁଣ୍ଡାଙ୍କ ସଭାପ୍ତିତ୍ୱରେ ଅନେକ ବ୍ୟକ୍ତି ବିଶେଷଙ୍କୁ ଆମନ୍ତ୍ରିତ କରାଯାଇ ସ୍ମୃତିଚାରଣ ନିମନ୍ତେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଆଦିବାସୀ ମାନଙ୍କର ଜଙ୍ଗଲ ଜମି ଏବଂ ବିଭିନ୍ନ ମୌଳିକ ଦାବିକୁ ନେଇ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ମତାମତ ପ୍ରକାଶ କରାଯାଇଥିଲା। ପୂର୍ବୋକ୍ତ ସଭାରେ ବିଜୁ ଜନତା ଦଳର ବିଭିନ୍ନ କର୍ମକର୍ତ୍ତା ଯଥା ଶ୍ରୀ ଶତ୍ୟେନ୍ଦ୍ର ଦାସ, ଆନନ୍ଦ ବଡଗୟାନ୍, ଗୋକୁଳ ମେହେର, ଅଶୋକ ପଟେଲ, ବେଣୁଧର ଦାସ, ପ୍ରହଲ୍ଲାଦ ଗୁରୁ, ହର୍ଧିପ ସିଂ ଭୂର୍ଯି (ବବି), ବାଲ୍ମୀକି ନାଏକ, ସୁକେଶ ସିଂ, ସଞ୍ଜୟ ବର୍ମା, ରୁଦ୍ର ଷଡ଼ଙ୍ଗୀ, ଡ. ଚକ୍ରଧର ଧର, ଅମୂଲ୍ୟ ମିଶ୍ର ତଥା ସମାଜ ସେବୀ ଦେବାସିଶ ପୁରୋହିତ ଓ ସୌରଭ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଦିବାସୀ କଲ୍ୟାଣ ମହାସଂଘର ସୀତା ମୁଣ୍ଡା, ପୂଜା ମୁଣ୍ଡା, ଭୋଜରାଜ୍ ମୁଣ୍ଡା, ସୁରେଶ ମୁଣ୍ଡା, ବୁଧରାମ ମୁଣ୍ଡା, ୟୁନସ ମୁଣ୍ଡା ଦେବରାଜ ମୁଣ୍ଡା, ହିମାଂଶୁ ମୁଣ୍ଡା, ବିବେକ ମୁଣ୍ଡା, ଚୁନି ମୁଣ୍ଡା, ବିଳାସିନୀ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ସୁପରିଚାଳନା କରିବା ସହ ଆହୁରି ଅନେକ ଆଦିବାସୀ ସଂପ୍ରଦାୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ