Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାକିରୀର ଦେଢ଼ ବର୍ଷ ପୂରିନି ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ କନିଷ୍ଠ ଯନ୍ତ୍ରୀ

ସମ୍ବଲପୁର:ସ୍ଵଚ୍ଚତାର ବାର୍ତ୍ତା ଦେଇ ନିଯୁକ୍ତି ମେଳାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ଧରାଇଥିଲେ ଗତ ବର୍ଷ ଜାନୁୟାରୀ ମାସରେ। ହେଲେ ବର୍ଷେ କେତେ ମାସ ଗଡୁ ଗଡୁ କନିଷ୍ଠ ଯନ୍ତ୍ରୀ ଦେଖାଇଲେ ନିଜର କମାଲ। ମାଡ଼ିବସିଲେ ଭିଜିଲାନ୍ସ। ଏହାର ଶିକାର ହୋଇଛନ୍ତି ବରଗଡ଼ ଜିଲା ଗାଇସିଲଟ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ।ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି ଏହି ଉଦୀୟମାନ ଯନ୍ତ୍ରୀ।
ସ୍ଥାନୀୟ ଆରଡି ରାସ୍ତାରୁ କଂସଡୋଲ ରାସ୍ତା ଉନ୍ନତିକରଣ ବାବଦ ଟଙ୍କା ରିଲିଜ କରିବା ପାଇଁ ସେ ପ୍ରଦୀପ ସାହୁ ନାମକ ଜଣେ ଠିକାଦାରଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏ ନେଇ ପ୍ରଦୀପ ବରଗଡ ଭିଜିଲାନ୍ସଠାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଏକ ମାମଲା ରୁଜୁ କରିବା ସହିତ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ଅନୁଯାୟୀ, କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ଅଭିଯୋଗକାରୀ ପ୍ରଦୀପଙ୍କ ଠାରୁ ୮ହଜାର ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ ମାଡି ବସିଥିଲେ।
ସବୁଠୁ ଆଶ୍ଚର୍ଯ୍ୟ ର ବିଷୟ ହେଉଛି ଦକ୍ଷତା ପ୍ରତିପାଦନ କରିବା ପୂର୍ବରୁ ଆଜିର ଯୁବ ସମାଜ ଯେଭଳି ରାତାରାତି ଲକ୍ଷପତି, କୋଟିପତି ହେବାକୁ ଲାଳସା ଧରି ସମାଜ ପାଇଁ ଅଲୋଡ଼ା ମଣିଷ ହେବାକୁ ଯାଉଛନ୍ତି ସୁସ୍ମିତା ହେଉଛନ୍ତି ତାର ଏକ ଉଦାହରଣ। ଭିଜିଲାନ୍ସର ତଦନ୍ତ ଅବ୍ୟାହତ ରହିଛି। ୯ଲକ୍ଷ ୫୦ ହଜାର ଟଙ୍କାର ଏକ କାମରେ ୧୦% କମିଶନ ଦାବି କରି ଜଣେ ଉଦୀୟମାନ କନିଷ୍ଠ ଯନ୍ତ୍ରୀ ନିଜ ଭବିଷ୍ୟତ ନଦେଖି ନିଜ ସ୍ୱାର୍ଥ ପାଇଁ ହରଡ଼ ଘଣାରେ ପଡିବା ବୋଧେ ଏହା ପ୍ରଥମ ଘଟଣା।ତାଙ୍କ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଖାନତଲାସ ଅବ୍ୟାହତ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ