Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିତିବା ପରେ ଦୀପାଳିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ; ଝାରସୁଗୁଡାର ବିକାଶ ପାଇଁ କାମ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର: ଝାରସୁଗୁଡାରେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହେବା ପରେ ଦୀପାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ଝାରସୁଗୁଡାର ବିଧାୟିକା ହେଲେ ଦୀପାଳି ଦାସ। ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ ଦୀପାଳିଙ୍କ ସହ କଥା ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଝାରସୁଗୁଡାର ବିକାଶ ପାଇଁ କାର୍ଯ୍ୟ କରିବାକୁ ଦୀପାଳିଙ୍କୁ ପରାମର୍ଶ ଦେଇଥିବାବେଳେ ବିଧାନସଭା ନିର୍ବାଚନମଣ୍ଡଳୀବାସୀଙ୍କୁ ବିଜେଡି ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି ନବୀନ। ଉଲ୍ଲେଖ ଥାଉ କି, ଶାସକ ଦଳ ବିଜେଡି ୧୦ ମେରେ ଅନୁଷ୍ଠିତ ହୋଇଥିବା ଉପ-ନିର୍ବାଚନରେ ୪୮,୭୨୧ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛି।

ଜାନୁଆରୀ ୨୯ ରେ ତତ୍କାଳୀନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପରେ ଆସନ ଖାଲି ପଡ଼ିଥିଲା। ଏଥିପାଇଁ ଉପ-ନିର୍ବାଚନ ଆବଶ୍ୟକ ଥିଲା। ମୁଖ୍ୟମନ୍ତ୍ରୀ ମେ ୭ ରେ ଝାରସୁଗୁଡା ନିର୍ବାଚନରେ ପ୍ରଚାର ମୈଦାନକୁ ଓହ୍ଲାଇ ଦୀପାଳିଙ୍କ ପାଇଁ ପ୍ରଚାର କରିବା ସହ ଜନତାଙ୍କୁ ସେହି ମାଟିର ଝିଅକୁ ସେବା କରିବାକୁ ସୁଯୋଗ ଦେବାକୁ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ