ସମ୍ବଲପୁର: ଓଡିଶା ଅଣ ଗେଜେଟେଡ ବନସେବା ସଂଘ ସମ୍ବଲପୁର ଜୋନ ପକ୍ଷରୁ ୩ ଦଫା ଦାବି ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । କଚେରୀ ଛକ ସ୍ଥିତ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ ପରେ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ପ୍ରଦତ୍ତ୍ୱ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ଗତ ୨୪ ମେ, ୨୦୨୫ରେ ଢେଙ୍କାନାଳ ଡିଭିଜନ ହିନ୍ଦୋଳ ରେଞ୍ଜ ବନ କର୍ମଚାରୀ
ପ୍ରହ୍ଲାଦ ପ୍ରଧାନଙ୍କୁ ଶିକାରୀ ମାନେ ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ଘଟଣାକୁ ସଂଘ ପକ୍ଷରୁ ନିନ୍ଦା କରିବା ସହ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ମୃତକ ପରିବାରଙ୍କୁ ୧ କୋଟି ସହାୟତା ପ୍ରଦାନ ସହ ତାଙ୍କ ନାବାଳିକା ଝିଅର ପାଠପଢା ସହ ପରିବାରର ଜଣକୁ ସରକାରୀ ଚାକିରି ସୁବିଧା ଆଦି ଦାବି କରାଯାଇଛି । ସେହିପରି ବନ ବିଭାଗର ବିଭିନ୍ନ ଅବ୍ୟବସ୍ଥା ପ୍ରତିକାର ପାଇଁ ଏକ ଫରେଷ୍ଟ କମିଶନ ଗଠନ, ଆବଶ୍ୟକ ଅନୁସାରେ କ୍ୟାଡର ପରିମାର୍ଜନ, ତାଲିମ, ନିଯୁକ୍ତି ପ୍ରକ୍ରିୟାର ଉନ୍ନତି, କ୍ଷେତ୍ର କର୍ମଚାରୀଙ୍କ କଲ୍ୟାଣ ଓ ଦକ୍ଷତା ବୃଦ୍ଧି, ପୋଲିସ ବିଭାଗ ଭଳି ଦରମା ପ୍ୟାକେଜ ପ୍ରଦାନ ଆଦି ଦାବି ରହିଛି । ଏସବୁ ଦାବି ଗୁଡିକ ଯଦି ପୂରଣ କରାନଗଲେ ଆସନ୍ତା ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ସଂଘ ପକ୍ଷରୁ ସମସ୍ତ କର୍ମଚାରୀ ମାନେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେହିପରି ୨୨ ତାରିଖରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସାମୁହିକ ଛୁଟିରେ ରହିବା ସହ ସମ୍ବଲପୁର ଫରେଷ୍ଟ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି ସଂଘର ସମ୍ବଲପୁର ଜୋନ ସଭାପତି ଯଶୋବନ୍ତ ରନବିଡା ଓ ଜୋନ ସମ୍ପାଦକ ବିଶ୍ୱଜିତ ରାଉତ ସୂଚନା ଦେଇଛନ୍ତି।
ଅଣ ଗେଜେଟେଡ ବନସେବା ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ
