ସମ୍ବଲପୁର:ଆଜି ରାଜ୍ୟର ମାନନୀୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ଯୋଜନା ଓ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ସମ୍ବଲପୁର ଜିଲ୍ଲା କଲେକ୍ଟରେଟ ସ୍ଥିତ ଏସ୍ଏସ୍ କନ୍ଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ,ଭାରତ ସରକାର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଲୋକପ୍ରତିନିଧି ଶ୍ରୀ ନାଉରି ନାୟକ, ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ-ଓଡ଼ିଶା ସରକାର ଶ୍ରୀ ରବିନାରାୟଣ ନାୟକ ଙ୍କ ଲୋକପ୍ରତିନିଧି ଦୁଶମନ୍ତ ରାୟ, ମାନ୍ୟବର ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ଙ୍କ ଲୋକପ୍ରତିନିଧି ସମୀର ବାବୁ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଭ୍ରା.ପ୍ର.ସେ), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ବେଦଭୂଷଣ(ଭ୍ରା.ପ୍ର.ସେ),ଙ୍କ ସମେତ ସମସ୍ତ ବିଭାଗୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସମ୍ବଲପୁର ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ଯୋଜନା ଓ ବିଷୟରେ ଆଲୋଚନା କରିଥିଲେ।ବୈଠକରେ ସ୍ୱାସ୍ଥ୍ୟ, ପାନୀୟଜଳ, ଶିକ୍ଷା, ମହିଳା ଓ ଶିଶୁ ସୁରକ୍ଷା, ଏମ୍ଏସ୍ଏମ୍ଇ, ଶକ୍ତି, ବନ୍ୟଜନ୍ତୁ ଓ ପରିବେଶ, ଗ୍ରାମିଣ ବିକାଶ, ଉଦ୍ୟୋଗ ଓ ମାଇନିଂ, ବୈଜ୍ଞାନିକ ଉନ୍ନତି ଓ ଅନ୍ୟାନ୍ୟ ବିଭାଗର ପ୍ରାୟ୩୦ ରୁ ଅଧିକ ଯୋଜନା ବିଷୟରେ ଅଧିକାରୀମାନେ ଅବଗତ କରାଇଥିଲେ।ଯୋଜନା ଗୁଡ଼ିକର ହେଉଛିସ୍ୱାସ୍ଥ୍ୟ ବିଭାଗ:-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଏବି-ପିଏମଯେ (AB-PMJAY), ପାନୀୟଜଳ ବିଭାଗ ଯୋଜନା:-ପାଇପ ଜଳ ପ୍ରଦାନ ଯୋଜନା, ସେନିଟେସନ,ସେତୁ ବନ୍ଧ ଯୋଜନା, ପଞ୍ଚସାଖୀ ସିଖ୍ୟା ସେତୁ,ଶିକ୍ଷା ବିଭାଗ:-ଗୋଦାବରିଶ୍ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପିଏମ ଶ୍ରୀ ଯୋଜାନା, ମହିଳା ଓ ଶିଶୁ ବିକାଶ:-ସୁଭଦ୍ରା ଯୋଜନା,ପୋଷଣ ଅଭିଯାନ, ଟ୍ରାଇବାଲ୍ ହଷ୍ଟେଲ୍,ସମାଜିକ ସୁରକ୍ଷା:- ମଧୁ ବାବୁ ପେନ୍ସନ୍, ପିଡିଏସ୍ ସିଷ୍ଟମ୍,ଉଦ୍ୟମୀ ଯୋଜନା:-ସ୍ବୟମ, ଅମୃତ, , ଉଦ୍ୟୋଗ ଓ ଶିଳ୍ପ ପାର୍କ,ଆସ୍ପିରେସନାଲ୍ ବ୍ଲକ୍ ଯୋଜନା, ରେଭେନ୍ୟୁ, ବନ, ବିଜ୍ଞାନ ଓ ପ୍ରଯୁକ୍ତି ଇତ୍ୟାଦି ଉପରେ ସମୀକ୍ଷା କରଯାଇଥିଲା
ମାନନୀୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମସ୍ତ ବିକାଶମୂଳକ କାର୍ଯ୍ୟକୁ ତ୍ଵରାନିତ୍ଵ କରିବା ସହ ଯଥାଶୀଘ୍ର ନିଷ୍ପତ୍ତି ନେଇ କାର୍ଯ୍ୟ କୁ ସମ୍ପନ କରାଯିବା ଆବଶ୍ୟକ ବୋଲି କହିଛନ୍ତି। ଯେଉଁଠି ଜମି ଓ ବନ ଭୂମି ସମ୍ପର୍କିତ କାର୍ଯ୍ୟ ଚାଲିଛି, ସେଠାରେ କ୍ଷେତ୍ର ପରିଦର୍ଶନ କରିବେ ବୋଲି କହିଲେ ମାନନୀୟ ମନ୍ତ୍ରୀ ଶ୍ରୀ ପାତ୍ର।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀଙ୍କ ଦ୍ୱାରା ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା: କାର୍ଯ୍ୟର ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ
