Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମାଜସେବୀଙ୍କ ଜନ୍ମଦିନରେ ମାଗଣା ଶିକ୍ଷା ଓ ସଂସ୍କାର କେନ୍ଦ୍ରର ଉଦଘାଟନ

ସମ୍ବଲପୁର:ଏବିସିଡ଼ି ଚାରିଟେବଳ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମାଜସେବୀ ଶ୍ରୀ ରାଜେନ୍ଦ୍ର ଶତନାମୀଙ୍କ ଜନ୍ମଦିନ ଅବସରରେ ଧନୁପାଲୀର ଖଣ୍ଡୁଆଳ ଠାରେ ଏକ ନୂଆ ମାଗଣା ଶିକ୍ଷା ଓ ସଂସ୍କାର କେନ୍ଦ୍ରର ଉଦଘାଟନ କରାଯାଇଛି।
ଉଦଘାଟନ ଅବସରେ ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଶ୍ରୀ ଗିରିଶ ପଟେଲ, ହୀରାକୁଦର ବିଶିଷ୍ଟ ସମାଜ ସେବୀ ଶ୍ରୀ କାର୍ତ୍ତିକ କଲେତ ଓ ଶ୍ରୀ କାର୍ତ୍ତିକ ବହିଦାର ଓ ପ୍ରଦୀପ ମେହେର, ପ୍ରବୀନ ସୁବକାର, ଓ ସମସ୍ତ ଅନୁଷ୍ଠାନ ସଦସ୍ୟ ଉପସ୍ଥିତ ରହି ଶିକ୍ଷା କେନ୍ଦ୍ରକୁ ଉଦଘାଟନ କରିଥିଲେ।
ଏହି ଶିକ୍ଷା କେନ୍ଦ୍ରରେ ମୋଟ ୩୮ଜଣ ଛାତ୍ରଛାତ୍ରୀ ମାଗଣା ରେ ଶିକ୍ଷା ଗ୍ରହଣ କରିପାରିବେ। ଏହି ଉଦ୍ୟମ ଅଞ୍ଚଳର ଅଶିକ୍ଷିତ ଓ ଅନ୍ତ୍ୟୋଦୟ ପରିବାରର ପିଲାମାନଙ୍କ ପାଇଁ ଏକ ଦୀପଶିଖା ସାବିତ ହେବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ