Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଥର ବାର୍ଷିକ ପରୀକ୍ଷା ଓ କ୍ୱାର୍ଟର ଏଣ୍ଡ ପରୀକ୍ଷା ଆଧାରରେ ବାହାରିବ ଯୁକ୍ତଦୁଇ ରେଜଲ୍ଟ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ତେବେ ଏହି ଦ୍ବନ୍ଦ୍ବକୁ ଦୂର କରିଛି ସିଏଚଏସଇ । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାର୍ଷିକ ପରୀକ୍ଷା ଓ କ୍ୱାର୍ଟର ଏଣ୍ଡ ପରୀକ୍ଷା ଆଧାରରେ ବାହାରିବ ରେଜଲ୍ଟ । କ୍ବାର୍ଟର ଏଣ୍ଡ ମାର୍କ ମିଶି ଫାଇନାଲ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ସିଏଚଏସଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବାର୍ଷିକ ପରୀକ୍ଷାରୁ ୮୦ ପ୍ରତିଶତ ମାର୍କ ଏବଂ କ୍ୱାର୍ଟର ଏଣ୍ଡ ପରୀକ୍ଷାର ୨୦ ପ୍ରତିଶତ ମାର୍କ ମିଶି ରେଜଲ୍ଟ ବାହାରିବ। ଏ ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ପୂର୍ବରୁ ଦେଇଥିବା ୩ଟି କ୍ୱାର୍ଟର ଏଣ୍ଡ ପରୀକ୍ଷାରୁ ଶ୍ରେଷ୍ଠ ଦୁଇଟି ପରୀକ୍ଷା ମାର୍କରୁ ୨୦ ପ୍ରତିଶତ ମାର୍କ ମିଶାଇ ରେଜଲ୍ଟ ପ୍ରକାଶିତ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଯେଉଁ ଛାତ୍ରଛାତ୍ରୀମାନେ କ୍ବାର୍ଟର ଏଣ୍ଡ ପରୀକ୍ଷା ଦେଇ ନାହାଁନ୍ତି ସେମାନଙ୍କ ବାର୍ଷିକ ପରୀକ୍ଷା ରେଜଲ୍ଟ ଆଧାରରେ ମାର୍କ ମିଳିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ