Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଭିଡ ବଢୁଥିବା ବେଳେ, ପିଲାଙ୍କ ପ୍ରଶ୍ନ ଜୁନ୍ ୧୭ରେ ସ୍କୁଲ ଖୋଲିବ କି ନାହିଁ

କୋଭିଡ ବଢୁଥିବା ବେଳେ ଆଗକୁ ସ୍କୁଲ ଖୋଲିବା ପ୍ରସଙ୍ଗ ଉପରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦଗଣ୍ଡ ପ୍ରତିକ୍ରିୟାରେ କହିଛନ୍ତି ସେତେବେଳେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ। ଏବେ ରାଜ୍ୟରେ କିଛି ଭୟ ନାହିଁ। ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ଆଗକୁ ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ। ନିକଟରେ ଓଡ଼ିଶା ଗଣଶିକ୍ଷା ବିଭାଗର ୨୦୨୫-୨୬ ଶିକ୍ଷାବର୍ଷ କ୍ୟାଲେଣ୍ଡର ଜାରି କରାଯାଇଥିଲା।

ପ୍ରକାଶିତ ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ କ୍ୟାଲେଣ୍ଡରରେ ସମସ୍ତ ଛୁଟି ବିବରଣୀ ପ୍ରକାଶ ପାଇଥିଲା। ଶିକ୍ଷା କ୍ୟାଲେଣ୍ଡରକୁ କଡ଼ାକଡ଼ି ପାଳନ ଲାଗି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। ତେବେ ମେ ୬ ତାରିଖରୁ ଖରାଛୁଟି ଲାଗୁ ହୋଇ ଜୁନ୍ ୧୭ ତାରିଖ ପର୍ୟ୍ୟନ୍ତ ଖରାଛୁଟି ପାଇଁ ସମସ୍ତ ବିଦ୍ୟାଳୟଗୁଡ଼ିକକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜୁନ୍ ୧୭ରେ ସ୍କୁଲ ଖୋଲିବ କି ନାହିଁ ସରକାରଙ୍କ ନିଷ୍ପତ୍ତି ପରେ ଜଣାପଡ଼ିବ।