Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ସ୍ୱଚ୍ଚତା କାର୍ଯ୍ୟକ୍ରମ

ସମ୍ବଲପୁର:ପଡିଆବାହାଲ ଦୟାନନ୍ଦ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ପଞ୍ଚ ଦିବାସୀୟ ପ୍ରଶିକ୍ଷଣ ଶିବିର ଅବସରରେ ଆଜି ଏକ ସ୍ୱଚ୍ଚତା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ପ୍ରାର୍ଥନା ଓ ଅଭ୍ୟାସ କାର୍ଯ୍ୟକ୍ରମ ପରେ ପଡ଼ିଆବାହାଲ ସ୍ଥିତ ଆରୋଗ୍ୟ ମନ୍ଦିର ପରିସରକୁ ଆଜି ସକାଳ ୭. ୩୦ ମିନିଟରୁ ୯. ୦୦ ଘଣ୍ଟା ପର୍ଯ୍ୟନ୍ତ ସଫେଇ କରାଯାଇଥିଲା। ଏହାକୁ ଆନୁଷ୍ଠାନିକ ଭାବେ ଆରୋଗ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲୋକନାଥ ପ୍ରଧାନ ଉଦଘାଟନ କରିବା ପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଶତାଧିକ ଶିବିରର୍ଥୀ ଏହି ସ୍ଵଚ୍ଚତା ଅଭିଯାନରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀମନ୍ତ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି ଅଭିଯାନରେ ଅଞ୍ଚଳର ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ଦୟାନନ୍ଦ ପବ୍ଲିକ ସ୍କୁଲର ମୁଖ୍ୟ ସଂଯୁକ୍ତା ପାଣିଗ୍ରାହୀ, ଫାର୍ମାସିଷ୍ଟ ପ୍ରଶାନ୍ତ ସାହୁ, ଟିକି ପ୍ରଧାନ, କପିଳ ପ୍ରଧାନ, ଅରବିନ୍ଦ ନାୟକ,ଅକ୍ଷୟ ଭାଇ, ନରେଶ ପ୍ରଧାନ ପ୍ରମୁଖଙ୍କ ସହିତ ଆରୋଗ୍ୟ କେନ୍ଦ୍ରର କର୍ମଚାରୀ ମାନେ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ