Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାରେ କାର୍ଯ୍ୟକାରୀ ହେବ ବାତ୍ସଲ୍ୟ ଯୋଜନା:ଶିଶୁ ସୁରକ୍ଷାକୁ ପ୍ରାଧାନ୍ୟ

ସମ୍ବଲପୁର: ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାଂଶୁ କୁମାର ଭୋଇ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ପ୍ରଶାସନ ଦ୍ଵାରା ଏଡ୍.ଏଟ.ଆକ୍ସନ ଓ ୟୁନିସଫ ସହାୟତାରେ ଶିଶୁ ସୁରକ୍ଷା ଉପରେ ଏକ ସମ୍ମିଳନୀ ଏ ଆୟୋଜନ କରା ହୋଇଥିଲା।ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ରେଣୁବାଳା ନନ୍ଦ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ।ସରୋଜ କୁମାର ବାରିକ ପ୍ରୋଗ୍ରାମ ମ୍ୟାନେଜର ଏଡ୍.ଏତ.ଆକ୍ସନ ମିଶନ ବ।ସ୍ତଲ୍ୟ ଯୋଜନା କୁ ଜିଲ୍ଲା ରେ କାର୍ଯକାରୀ କରିବା ଓ ଅସହାୟ ଶିଶୁ ମାନଙ୍କୁ ବିଭିନ୍ନ ଯୋଜନା ରେ ଯୋଡିବା ଉକ୍ତ କାର୍ଯକ୍ରମ ର ଲକ୍ଷ୍ୟ ବୋଲି କହିଥିଲେ।ପି.ଡି ଶ୍ରୀଯୁକ୍ତ ପ୍ରସନ୍ନ ପ।ତ୍ର ଉକ୍ତ କାର୍ଯକ୍ରମ ରେ ମୁଖ୍ୟ ଅଥିତି ଭାବରେ ଯୋଗ ଦେଇ ଅସହାୟ ଓ ଅସୁରକ୍ଷିତ ଅବସ୍ଥାରେ ଥିବା ସବୁ ଶିଶୁଙ୍କୁ ବିଭିନ୍ନ ଯୋଜନା ରେ ଯୋଡିବା ପାଇଁ ସମସ୍ତଙ୍କ ର ଭୂମିକା ସମ୍ପର୍କ ରେ ଆଲୋଚନା କରିଥିଲେ।ଏଡ୍.ଏତ୍.ଆକ୍ସନ ର ଜିଲ୍ଲା ସଂଯୋଜିକ। ଶ୍ରୀମତୀ ସୁନୀତା ତ୍ରିପାଠୀ ଜିଲ୍ଲା ରେ ଥିବା ବିଭିନ୍ନ ପ୍ରକାର ର ଅସହାୟ ଶିଶୁ ମାନଙ୍କର ବିଷୟ ରେ ଆଲୋଚନା କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ସୁଚିଶ୍ମିତ। ପଟ୍ଟନାୟକ ଶିଶୁ ମାନଙ୍କର ପାଇଁ ଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥଲେ।ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ପାଢ଼ୀ ଶିଶୁ ମାନଙ୍କର ଥଇଥାନ କରିବା ପାଇଁ ଥିବା ବିଭିନ୍ନ ଯୋଜନା ବିଷୟ ରେ ଆଲୋଚନା କରିଥିଲେ।ଜିଲ୍ଲା ସହ ଶ୍ରମ ଅଧିକାରୀ ପୁଷ୍ପାର।ନି ମିଞ୍ଜ ଶିଶୁ ଶ୍ରମିକ ଆଇନ ସମ୍ବନ୍ଧରେ ଓ ଜିଲ୍ଲା ଶ୍ରମ ବିଭାଗ ର କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ।ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଉଜାଗର ପ୍ରଧାନ ମୁକ୍ତ ବିଦ୍ୟାଳୟ ର ତଥ୍ୟ ପ୍ରଦାନ କରିଥିଲେ ଓ ସମସ୍ତେ ମିଶି ଅଧ।ରୁ ପାଠ ଛାଡିଥିବା ଶିଶୁ ମାନଙ୍କୁ ପାଠ ପଢ଼ାରେ ଯୋଡିବା ପାଇଁ ସମସ୍ତଙ୍କର ଭୂମିକା ସମ୍ପର୍କ ରେ ଆଲୋଚନା କରିଥିଲେ।ସ୍ବାସ୍ଥ୍ୟ ବିଭାଗ ତରଫରୁ ମିନ। ଦେହୁରୀ ଶିଶୁ ମାନଙ୍କର ଚିକିତ୍ସା ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ର ସମସ୍ତ ବ୍ଲକ୍ ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ,ଗ୍ରାମ ପଞ୍ଚାୟତ ଅଫିସର,ହିଣ୍ଡାଲକୋ ର ଅଧିକାରୀ,ଜିଲ୍ଲା ସ୍ତରୀୟ ଅଧିକାରୀ,ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଆଦି ଯୋଗଦାନ ଦେଇଥିଲେ।ସମସ୍ତଙ୍କର ସହଯୋଗ ରେ ଜିଲ୍ଲା ଶିଶୁ ସୁରକ୍ଷା ଉପରେ କ।ମା କରାଯିବ ଓ ଜିଲ୍ଲା ର ଏକ ଶିଶୁ ସୁରକ୍ଷା ପାଇଁ ଏକ ଯୋଜନା ପ୍ରସ୍ତୁତ କର।ଯିବା ପାଇଁ ନିଷ୍ପତି ନିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories