ଯୋଗ ଦିବସ ଏବଂ ସବୁଜ ସମ୍ବଲପୁର ମିଶନ ପାଇଁ ପ୍ରସ୍ତୁତି ବୈଠକ


ସମ୍ବଲପୁର :ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର (ଭା.ପ୍ର.ସେ ) ଙ୍କ ଅଧ୍ୟକ୍ଷତା ରେ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ଏବଂ ସବୁଜ ସମ୍ବଲପୁର ମିଶନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପରିଚାଳନା ଓ ସମୟବ୍ୟବସ୍ଥା ପ୍ରସ୍ତୁତି, ଅଧିକାରୀ ଓ ଅଂଶଗ୍ରହଣକାରୀଙ୍କ ସକ୍ରିୟତା ,ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଯୋଗ ଅଭ୍ୟାସ ଓ ସାଧାରଣ ଲୋକଙ୍କ ସହଯୋଗ , ଆବଶ୍ୟକ ଉପକରଣ, ସାଉଣ୍ଡ ସିଷ୍ଟମ୍, ଷ୍ଟେଜ୍, ଫାଷ୍ଟ ଏଡ଼ , ସାମୁଦାୟିକ ପ୍ରଚାର ପ୍ରସାର ଉପରେ ଆଲୋଚନା ହୋଇଥିଲା ।ସବୁଜ ସମ୍ବଲପୁର ମିଶନ ଅନ୍ତର୍ଗତ ରେ ଉପସ୍ଥିତ ସମସ୍ତ ଅନୁଷ୍ଠାନ , ସମସ୍ତ ସରକାରୀ ଏବଂ ଅଣ ସରକାରୀ ସଂଗଠନ କୁ ବୃକ୍ଷ ରୋପଣ କରିବା ଏବଂ ତାହାର ଯତ୍ନ ନେବାକୁ ପ୍ରୋତ୍ସାହିତ କରିଥିଲେ ।
ଏହି ବୈଠକରେ ଡ଼ି.ଏଫ.ଓ ଶ୍ରୀ କଳିଙ୍ଗ ଗୋରଖ ୱାମନ ( ଭା.ବ.ସେ ),ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ଶ୍ରୀ ବେଦ ଭୂଷଣ (ଭା.ପ୍ର.ସେ ) , IAS Probationer ଶୁଭ୍ରା ପଣ୍ଡା ,ଅତିରିକ୍ତ ଜିଲ୍ଲାପାଳ( ରାଜସ୍ବ) ଶ୍ରୀ ସୁଧାଂଶୁ ଭୋଇ , ମୁଖ୍ୟ ଉନ୍ନୟନ ଅଧିକାରୀ ,ଜିଲ୍ଲା ପରିଷଦ ଶ୍ରୀ ପ୍ରସନ୍ନ ପାତ୍ର , ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭିନ୍ନ ଅଣ ସରକାରୀ ସଂଗଠନ ପ୍ରମୁଖ ଉପସ୍ଥିତ ଥାଇ ଯୋଗଦାନ ଦେଇଥିଲେ।