Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟ ଜର୍ଜଙ୍କ ବିୟୋଗରେ ଶୋକ

ସମ୍ବଲପୁର: ସମାଜସେବୀତଥା ଓଡ଼ିଶା ରେଡ଼କ୍ରସ ସୋସାଇଟି ସମ୍ବଲପୁର ଜିଲ୍ଲା ଶାଖା ର ସମ୍ପାଦକ ଜୟ ଜର୍ଜ ଙ୍କ ପରଲୋକ ହୋଇଯାଇଛି । ସ୍ଵର୍ଗତ ଜର୍ଜ ଓଡ଼ିଶା ପ୍ରଶାସନିକ ସେବାରୁ ଅବସର ଗ୍ରହଣ ପର ଠାରୁ ରେଡ଼କ୍ରସ ର ସାଂଗଠାନିକ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିଥିଲେ । ସେ ୧୯୪୬ ମସିହା ଅକ୍ଟୋବର ୮ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ । ସେ କେରଳ ର ସନାତନ ଧର୍ମ ବିଦ୍ୟା ଶାଳା ଠାରୁ ଶିକ୍ଷା ଲାଭ କରିଥିଲେ । ୨୦୧୮ ମସିହାରେ ତାଙ୍କୁ ଶ୍ରେଷ୍ଠ ବରିଷ୍ଠ ନାଗରିକ ଭାବରେ ଓଡ଼ିଶା ସରକାର ଙ୍କ ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଜର୍ଜ ଙ୍କ ବିୟୋଗ ରେ ଉତ୍ସର୍ଗ, ତ୍ୟାଗ, ଜ୍ୟୋତି, ଓଡ଼ିଶା ସାଂସ୍କୃତିକ ସମାଜ,ଜିଲ୍ଲା କ୍ରୀଡ଼ା ସଂଘ, ଭାରତ ବିକାଶ ପରିଷଦ, ଭାରତୀୟ ଶିକ୍ଷଣ ମଣ୍ଡଳ, ସମ୍ବାଦ ସାହିତ୍ୟ ଘର, କଲମ ପରିବାର, ଭୀମଭୋଇ ସାହିତ୍ୟ ସଂସଦ, ପ୍ରତିଷ୍ଠା ପରିବାର ବୁର୍ଲା, ଭାରତୀ କଳା ବିକାଶ କେନ୍ଦ୍ର ବୁର୍ଲା, ସମ୍ବଲପୁର କଳା ପରିଷଦ, ତ୍ରିଧାରା ପଡିଆବାହାଲ ତଥା ବିଭିନ୍ନ ସଂଗଠନ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ