ସମ୍ବଲପୁର:ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସମ୍ବଲପୁର ଗସ୍ତ ରେ ଆସି ପ୍ରଥମେ ବିଶ୍ୱ ପ୍ରସିଦ୍ଧ ମା’ ସମଲେଶ୍ୱରୀ ମନ୍ଦିର ଦର୍ଶନ କରିଥିଲେ।ମା’ ଙ୍କ ଦର୍ଶନ ପରେ ସେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ।
ବିକାଶ ବାହନ ଯାତ୍ରା ର ଶୁଭାରମ୍ଭ
ଆଜି ବିକାଶ ବାହନ ଯାତ୍ରା ର ଶୁଭାରମ୍ଭ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ଉପସ୍ଥିତ ରେ ହୋଇଯାଇଛି।ଶ୍ରୀମତୀ ପରିଡ଼ା,ସମ୍ବଲପୁର ଜିଲ୍ଲା ର ସମସ୍ତ ଜନସାଧାରଣ ଙ୍କୁ ସରକାର ଙ୍କ ଦ୍ଵାରା ହାସିଲ ହୋଇଥିବା ଜନ ହିତକର ଉପଲବ୍ଧି ବିଷୟରେ ଅବଗତ କରାଇବା ପାଇଁ ଏହି ବାହନ ଟି ଉଦ୍ଧିଷ୍ଟ ବୋଲି କହିଥିଲେ।ଏହି ବାହନ ଗାଁ ରୁ ଗାଁ ସହର ରୁ ସହର ବୁଲି ସମସ୍ତଙ୍କୁ ସଚେତନ କରାଇବ,ଯାହା ଦ୍ଵାରା ଜନସାଧାରଣ ଓ ସରକାର ଙ୍କ ମଧ୍ୟରେ ବ୍ୟବଧାନ କମିବ,ଲୋକ ଙ୍କ ଅସୁବିଧା ଦୂର ହୋଇ ପାରିବ ବୋଲି ସେ ପ୍ରକାଶ କରିଥିଲେ।
“ମା ଙ୍କ ନାମରେ ଗଛ ଟିଏ” ଅଭିଜାନ ର କାର୍ଯ୍ୟକ୍ରମ
ଆଜି ବୁଢାରଜା ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ “ମା ଙ୍କ ନାମରେ ଗଛ ଟିଏ” ଅଭିଜାନ ରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇ ପ୍ରଧାମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ଆମେ ଏହି ଅଭିଯାନ ରେ ସାମିଲ୍ ହେବା ଓ ଏହାକୁ ଆହୁରି ବ୍ୟାପକ କରିବା ପାଇଁ କହିଥିଲେ। କହିଥିଲେ ଏହି ପ୍ରୟାସ କୁ ନିଜର ଦାୟିତ୍ଵ ଭାବନ୍ତୁ ଏବଂ ଗୋଟିଏ ଲେଖାଏଁ ଗଛ ଲଗାନ୍ତୁ ଓ ତାର ଯତ୍ନ ନିଅନ୍ତୁ, ଯାହା ଦ୍ଵାରା ଆମେ ଆମ ପରିବେଶ କୁ ପ୍ରଦୂଷଣ କବଳ ରୁ ରକ୍ଷା କରିପାରିବା।
ଵୟୋ ବନ୍ଦନା ଯୋଜନାର କାର୍ଡ ବିତରଣ କାର୍ଯ୍ୟକ୍ରମ
ଵୟୋ ବନ୍ଦନା ଯୋଜନା ର କାର୍ଡ ବିତରଣ କାର୍ଯ୍ୟକ୍ରମ ଏସ୍ ଆର୍ ଆଇଟି କଲୋନୀ ର ୱାର୍ଡ ନମ୍ୱର୍ ୨୧ ଠାରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟଅତିଥି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଵୟୋ ବନ୍ଦନା ଯୋଜନା ର ଉପକାରିତା ବିଷୟରେ ଜନସାଧାରଣ ଙ୍କୁ ଅବଗତ କରାଇ କହିଥିଲେ ୭୦ ବର୍ଷ ଓ ତଦୁର୍ଦ୍ଧ ବୟସ୍କ ବରିଷ୍ଠ ବ୍ୟକ୍ତି ଦେଶ ର କୌଣସି ୨୯ ହଜାର ରୁ ଅଧିକ ମେଡିକାଲ ରେ ନିଶ୍ଳୁକ ରେ ଚିକିତ୍ସା ଯୋଗାଇଦିଆଯିବ।ଯେଉଁଥିରେ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଉପଲବ୍ଧ ଏବଂ ନିଜେ ହିତାଧିକାରୀ ଙ୍କୁ ଵୟୋ ବନ୍ଦନା କାର୍ଡ ବଣ୍ଟନ ମଧ୍ୟ୍ୟ କରିଥିଲେ।
ଉକ୍ତ ଆୟୋଜିତ କାର୍ଯ୍ୟକ୍ରମ ଗୁଡିକରେ ମୁଖ୍ୟଅତିଥି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ସହିତ ପୂର୍ବତନ ବିଧାୟକ ଶ୍ରୀ ନାଉରି ନାୟକ, ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଭ୍ରା.ପ୍ର.ସେ), ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ଶ୍ରୀ ମୁକେଶ ଭାମୂ (ଭ୍ରା.ପୋ.ସେ), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ବେଦଭୂଷଣ(ଭ୍ରା.ପ୍ର.ସେ),ଙ୍କ ସମେତ ସମସ୍ତ ବିଭାଗୀୟ ପ୍ରଶାସନିକ ଅଧିକାରୀ,ଜନସାଧାରଣ ଉପସ୍ଥିତ ଥିଲେ।
ସମ୍ବଲପୁରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା:ମା ସମଲେଶ୍ୱରଙ୍କ ଦର୍ଶନ କରି ଉଦଘାଟନକଲେ ବହୁ କାର୍ଯ୍ୟକ୍ରମ
