Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଛୁଟି ଖୋଲିବା ପୂର୍ବରୁ ଆସିଲା ‘ମିଡ୍ ଡେ’ ମିଲ୍’ ମାର୍ଗଦର୍ଶିକା; ନିୟମ ଅନୁପାଳନ କରିବାକୁ କଡ଼ା ନିର୍ଦ୍ଦେଶ

ବିଦ୍ୟାଳୟ ଖୋଲିବା ପୂର୍ବରୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆସିଲା ‘ମିଡ୍ ଡେ’ ମିଲ୍’ ମାର୍ଗଦର୍ଶିକା । ଶିଶୁ ବାଟିବାରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ, ଯେଉଁ ମାନେ ବିଦ୍ୟାଳୟରେ ଉପସ୍ଥିତି ଥିବେ ସେମାନଙ୍କୁ ଏହି ଯୋଜନାରେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ । ନିରାପଦ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସମୟ ସମୟରେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

କିନ୍ତୁ ଅସାବଧାନତା, ଉଦାସୀନତା ଏବଂ ଗୁଣାତ୍ମକ ପ୍ରୋଟୋକଲ ପାଳନ ନକରିବା ଫଳରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । ଏହାର ପଏଣ୍ଟର ଗୁଡ଼ିକ ନିମ୍ନରେ ବିସ୍ତୃତ ଭାବେ ଦିଆଯାଇଛି ।

୧. ଆସନ୍ତା ଜୁନ୍ ୧୮ ତାରିଖରେ ବିଦ୍ୟାଳଗୁଡ଼ିକରେ ରଜ ଛୁଟି ଖୋଲିବ । ଏହା ପୂର୍ବ ସମସ୍ତ ପ୍ରକାର ପ୍ରସ୍ତୁତି କରିବା ସହିତ ସତର୍କତା ଅବଲମ୍ବନ କରାଯିବାକୁ ବିଦ୍ୟାଳୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଛାତ୍ରଛାତ୍ରୀ ଯେଭଳି ‘ମିଡ୍ ଡେ ମିଲ’ରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶାବଳୀ କୁହାଯାଉଛି ।

୨. ଛୁଟି ସମୟରେ ଅବ୍ୟବହୃତ ହୋଇ ରହିଥିବା ଏମଡିଏମ ଖାଦ୍ୟର ମାନ ଯାଞ୍ଚ କରିବା ସମୟରେ ପର୍ଯ୍ୟାପ୍ତ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ । ରୋଷେଇ ପାଇଁ ନିୟୋଜିତ ଥିବା ପାଚିକା, ସହାୟକ ପାଚିକା କିମ୍ବା ସ୍ୱୟଂ-ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରିବା ପୂର୍ବରୁ ‘ମିଡ୍ ଡେ ମିଲ୍’ର ଉପକରଣ ଏବଂ ସାମଗ୍ରୀଗୁଡ଼ିକରୁ ଭଲ ଭାବେ ଯାଞ୍ଚ କରିବାକୁ କୁହାଯାଇଛି

୩. ଖାଦ୍ୟରେ ବିଷକ୍ରିୟା ଯେପରି ନହେବ ସେଥିପାଇଁ ସ୍କୁଲ ପରିଚାଳନା କର୍ତ୍ତୃପକ୍ଷ, ପ୍ରଧାନ ଶିକ୍ଷକ, ସହାୟକ ଶିକ୍ଷକଙ୍କ ଉପସ୍ଥିତରେ CRCC ଏବଂ BEO ଖାଦ୍ୟର ଯୋଗ୍ୟତା ପରୀକ୍ଷା କରାଯିବାକୁ ନିର୍ଦ୍ଦେଶାବଳୀରେ କୁହାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ବୈଠକ କରି ସଚେତନ କରିପାରିବେ ।

୪. ସ୍କୁଲ ଖୋଲିବା ପୂର୍ବରୁ ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ, ବିଦ୍ୟାଳୟରେ ରୋଷେଇ ସ୍ଥାନଟି ସମ୍ପୂର୍ଣ୍ଣ ଭାବେ ପରିଷ୍କାର ରହିଛି । CCH, ପାନୀୟ ଜଳ ଏବଂ ଏମଡିଏମ୍ ଉପାଦାନ ଗୁଡ଼ିକ ସମ୍ବନ୍ଧୀୟ ସମସ୍ତ ସୁରକ୍ଷା ପ୍ରୋଟକଲକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ସ୍କୁଲ ଖୋଲିଲେ DEOs, BEOs ଏବଂ CRCCs ମାନେ ସ୍କୁଲ ପରିଦର୍ଶନ କରି ଖାଦ୍ୟର ଗୁଣବତାକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶାବଳୀରେ କୁହାଯାଇଛି ।