Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ ବିଭାଗ ପକ୍ଷରୁ ମୃତ ମାଈ ହରିଣ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ନିକଟ ଶବରସାହିର ଏକ କୂଅ ଭିତରୁ ଏକ ମୃତ ମାଈ ହରିଣକୁ ବନବିଭାଗ ଉଦ୍ଧାର କରିଛି । ମାଈ ହରିଣଟି ଗାଁ ମୁଣ୍ଡ ନିକଟରେ ଚଲାବୁଲା କରୁଥିବା ବେଳେ କେତେକ ବୁଲାକୁକୁର ତା’କୁ ଗୋଡ଼ାଇ ଥିଲେ । ଫଳରେ ସେ ପ୍ରାଣ ଭୟରେ ଦୌଡ଼ି ଗାଁ ଭିତରକୁ ଚାଲି ଆସିଥିଲା । ଏଥିସହ ପାଣିଭର୍ଷି କୂଅ ଭିତରେ ପଡି ଯାଇଥିଲା । ଦୀର୍ଘ ସମୟ ଧରି କୂଅ ଭିତରେ ପଡିରହି ସେ ମୃତ୍ୟୁବରଣ କରିଥିଲା । ଖବରପାଇ ନାକଟିଦେଉଳ ବନାଞ୍ଚଳ ଅଧୂକାରୀ ଅଶ୍ୱିନୀ କୁମାର ବେହେରା ଓ ଫରେଷ୍ଟର ଅରୁଣ କୁମାର ବେହେରା ପହଞ୍ଚି ସ୍ଥାନୀୟ ଦମକଳ ବାହିନୀ ସହାୟତାରେ କୂଅ ଭିତରୁ ହରିଣକୁ ଉଦ୍ଧାର କରିଥିଲେ । ପରେ ବନ କର୍ମଚାରୀ ସ୍ଥାନୀୟ ପ୍ରାଣୀଧନ ଚିକିତ୍ସକଙ୍କ ଦ୍ବାରା ବ୍ୟବଚ୍ଛେଦ କରାଇବା ପରେ ପେଣ୍ଠବାହାଳ ନିକଟ ବନବିଭାଗ ନର୍ସରୀରେ ମୃତ ହରିଣକୁ ପୋତି ଦେଇଥିବା ଜଣା ପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories