Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ ବିଭାଗ ପକ୍ଷରୁ ମୃତ ମାଈ ହରିଣ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ନିକଟ ଶବରସାହିର ଏକ କୂଅ ଭିତରୁ ଏକ ମୃତ ମାଈ ହରିଣକୁ ବନବିଭାଗ ଉଦ୍ଧାର କରିଛି । ମାଈ ହରିଣଟି ଗାଁ ମୁଣ୍ଡ ନିକଟରେ ଚଲାବୁଲା କରୁଥିବା ବେଳେ କେତେକ ବୁଲାକୁକୁର ତା’କୁ ଗୋଡ଼ାଇ ଥିଲେ । ଫଳରେ ସେ ପ୍ରାଣ ଭୟରେ ଦୌଡ଼ି ଗାଁ ଭିତରକୁ ଚାଲି ଆସିଥିଲା । ଏଥିସହ ପାଣିଭର୍ଷି କୂଅ ଭିତରେ ପଡି ଯାଇଥିଲା । ଦୀର୍ଘ ସମୟ ଧରି କୂଅ ଭିତରେ ପଡିରହି ସେ ମୃତ୍ୟୁବରଣ କରିଥିଲା । ଖବରପାଇ ନାକଟିଦେଉଳ ବନାଞ୍ଚଳ ଅଧୂକାରୀ ଅଶ୍ୱିନୀ କୁମାର ବେହେରା ଓ ଫରେଷ୍ଟର ଅରୁଣ କୁମାର ବେହେରା ପହଞ୍ଚି ସ୍ଥାନୀୟ ଦମକଳ ବାହିନୀ ସହାୟତାରେ କୂଅ ଭିତରୁ ହରିଣକୁ ଉଦ୍ଧାର କରିଥିଲେ । ପରେ ବନ କର୍ମଚାରୀ ସ୍ଥାନୀୟ ପ୍ରାଣୀଧନ ଚିକିତ୍ସକଙ୍କ ଦ୍ବାରା ବ୍ୟବଚ୍ଛେଦ କରାଇବା ପରେ ପେଣ୍ଠବାହାଳ ନିକଟ ବନବିଭାଗ ନର୍ସରୀରେ ମୃତ ହରିଣକୁ ପୋତି ଦେଇଥିବା ଜଣା ପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ