Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଚ ନେଇ ଆରଆଇ ଗିରଫ

ସମ୍ବଲପୁର:ପୁଣି ଭିଜିଲାନ୍ସ ହାବୁଡ଼ରେ ରାଜସ୍ବ ବିଭାଗର ଆଉ ଜଣେ କର୍ମଚାରୀ। ସମ୍ବଲପୁର ଜିଲ୍ଲା ଜମନକିରା ତହସିଲ ଗୌଡ଼ପାଲି ରାଜସ୍ବ ନୀରିକ୍ଷକ(ଆରଆଇ) ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଭୀଷ୍ମ ପ୍ରଧାନଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି। ଭୂମିହୀନଙ୍କୁ ଜମି ପଟ୍ଟା ଦେବାକୁ ନେଇ ସେ ଲାଞ୍ଚ ମାଗିଥିବା ସମୟରେ ଏହି ଚଢ଼ଉ ହୋଇଛି।
ଭିଜିଲାନ୍ସ ବିଭାଗ ସୂଚନା ଅନୁସାରେ, ଗୌଡପାଲି ଆରଆଇ ଭୀଷ୍ମ ପ୍ରଧାନ ଜଣେ ଭୂମିହୀନ ବ୍ୟକ୍ତିଙ୍କୁ ଜମି ପଟ୍ଟା ଦେବା ପାଇଁ ୪୦ ହଜାର ଲାଞ୍ଚ ମାଗିଥିଲେ। ୨୦୨୪ ନଭେମ୍ବର ମାସରୁ ଜମି ପଟ୍ଟା କରିଦେବାକୁ ଆରଆଇଙ୍କୁ ନିବେଦନ କରିଥିଲେ। ହେଲେ ଟଙ୍କା ନଦେଲେ କାମ ହେବନି କହି ସମୟ ଗଡ଼ାଇ ଚାଲିଥିଲେ ଗୌଡପାଲି ଆରଆଇ। ଫଳରେ ଭିଜିଲାନ୍ସର ଆଶ୍ରୟ ନେଇଥିଲେ ସମ୍ପୃକ୍ତ ବ୍ୟକ୍ତି। ପୂର୍ବ ସୂଚନା ଅନୁସାରେ ଭିଜିଲାନ୍ସ ଟିମ୍ ଦ୍ଵାରା ୪୦ ହଜାର ଟଙ୍କା ଦିଆଯାଇଥିଲା। ସେହି ଟଙ୍କା ଗୌଡପାଲି ଆରଆଇକୁ ଦେବା ପରେ ଚଢ଼ଉ କରିଥିଲେ ଭିଜିଲାନ୍ସ ଟିମ୍। ଗୌଡପାଲି ଆରଆଇଙ୍କ ଠାରୁ ସମସ୍ତ ରସାୟନ ଯୁକ୍ତ ୪୦ ହଜାର ଟଙ୍କା ଜବତ ହୋଇଛି। ଏହାସହ ଏକକାଳୀନ ଆରଆଇଙ୍କ ଲିଙ୍କରେ ୨ଟି ସ୍ଥାନରେ ଚଢ଼ଉ ହେଉଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲରେ ଏହି ଚଢ଼ଉ ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ