Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେବା ସଂଗଠନ ପକ୍ଷରୁ ଅପରେସନ ସିନ୍ଦୂର ସଫଳତାକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ସମ୍ବଲପୁର-: ଶୁକ୍ରବାର ସମ୍ବଲପୂର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ସୁବାସ ପଡ଼ିଆରେ ଥିବା ହଲ ଠାରେ ସାମାଜିକ ସଂଗଠନ ସେବା ପକ୍ଷରୁ ଅପରେସନ ସିନ୍ଦୂର ସଫଳତାକୁ ସେଲିବ୍ରେସନ କରାଯାଇଥିଲା। ସେବା ହୀରାକୁଦ ମଣ୍ଡଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅପରେସନ ସିନ୍ଦୂର ସଫଳତାକୁ ନେଇ ସ୍ମୁତିଚାରଣ କରାଯାଇଥିଲା। ଏଥିସହ ଆଗାମୀ ରଜ ଓ ଅପରେସନ ସିନ୍ଦୂର ସଫଳତାକୁ ନେଇ ୨୦୦ ରୁ ଉର୍ଦ୍ଧ୍ୱ ଝିଅଙ୍କୁ ନୃତନ ବସ୍ତ୍ରକୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ରେଡକ୍ରସ ସୋସାଇଟିର ପୁର୍ବତନ ସମ୍ପାଦକ ଜୟ ଜର୍ଜଙ୍କ ପରଲୋକରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ତାଙ୍କ ପ୍ରତି ମିଳିତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାମାଜିକ ସଂଗଠନ ସେବା ପକ୍ଷରୁ ସଭାପତି ଛତ୍ରପତି ଡକ୍ଟର ଦିପକ ପାଣ୍ଡେ ,ମୁଖ୍ୟ ଉପଦେଷ୍ଟା ନିହାଲ ସିଂ, ସେବାର ସଭ୍ୟ ସଭ୍ୟା ମୋମିନା ଖାତୁନ,ବବଲୁ ଚାଆଁର,ପୁତଲି ବେହେରା,ଲୁକୁ ସାହୁ,ବୁଧୁରାମ ପାତ୍ର,ଟୁକୁ ଖଡିଆଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ