Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ରେଡକ୍ରସରେ ଜୟ ଜର୍ଜ ଥିଲେ ଅମ୍ଲାନ ପ୍ରତିଭା

ସମ୍ବଲପୁର:ସମ୍ବଲପୁର ରେଡକ୍ରସରେ ଜୟ ଜର୍ଜ ଥିଲେ ଅମ୍ଲାନ ପ୍ରତିଭା।ସମ୍ବଲପୁରରେ ରେଡକ୍ରସ ମାନେ ଜୟ ଜର୍ଜ, ସେ ରେଡକ୍ରସକୁ ଅମଲାତାନ୍ତ୍ରିକ ବନ୍ଧନରୁ ମୁକ୍ତକରି ଏକ ଜନ ଆନ୍ଦୋଳନରେ ପରିଣତ କରିଥିଲେ। ସେଥିପାଇଁ ସମ୍ବଲପୁର ଜିଲ୍ଲା ରେଡକ୍ରସ ସମଗ୍ର ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା। ପ୍ରଶାସନିକ ଅଧିକାରୀ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ପ୍ରଚଣ୍ଡ ସମ୍ବେଦନଶୀଳତା ଓ ସମାନୁଭୂତି ସହ ସେବା ପ୍ରଦାନ କରି ଜୟ ଜର୍ଜ ସମାଜର ସବୁ ବର୍ଗର ପ୍ରିୟପାତ୍ର ହୋଇ ପାରିଥିଲେ। ତାଙ୍କ ବ୍ୟକ୍ତିତ୍ୱ ଓ ସ୍ମୃତି ଲୋକଙ୍କ ହୃଦୟରେ ସ୍ମରଣ ହୋଇ ରହିବ। ସାମାଜିକ ଏବଂ ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମଣିଷମାନେ ଜୟ ଜର୍ଜଙ୍କ ଗୁଣ ଅନୁସରଣ କଲେ ସମାଜ ବିଶେଷ କରି ସାଧାରଣ ଲୋକେ ଉପକୃତ ହେବେ। ଉତ୍ସର୍ଗ ଅନୁଷ୍ଠାନର ଆବାହକତ୍ୱରେ ସମ୍ବଲପୁରର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆଜି ସନ୍ଧ୍ୟାରେ ଓଡିଶା ସାଂସ୍କୃତିକ ସମାଜ ଭବନରେ ଆୟୋଜିତ ଶୋକସଭାରେ ଉପରୋକ୍ତ ମର୍ମରେ ପ୍ରାକ୍ତନ ପ୍ରଶାସକ ତଥା ଜିଲ୍ଲା ରେଡକ୍ରସର ପୂର୍ବତନ ସମ୍ପାଦକ ଜୟ ଜର୍ଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ହୀରାଖଣ୍ତ ନାଗରିକ ପରିଷଦର ବରିଷ୍ଠ ସଭ୍ୟ ପ୍ରଫୁଲ୍ଲ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବକ୍ତାମାନେ କହିଥିଲେ ଯେ, ସେ ସବୁବେଳେ କାମରେ ନିଜକୁ ନିୟୋଜିତ କରି ରଖିବାକୁ ଚେଷ୍ଟା କରୁଥିଲେ। ଏପରିକି ଦିନେଦିନେ ଘର ମଧ୍ୟ ଅଫିସ ପରି ହେଇ ଯାଉଥିଲା। ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯିଏ ଯେ କୌଣସି କାମରେ ଆସିଲେ ମଧ୍ୟ ଥରେ ନିଶ୍ଚୟ ତାଙ୍କୁ ଦେଖା କରୁଥିଲେ। କାରଣ ସେ ସମ୍ବଲପୁରର ସଭିଙ୍କୁ ନିଜର କରି ରଖିଥିଲେ। ନିଜେ ସମୟାନୁବର୍ତ୍ତି ହେବା ସହ ରେଡକ୍ରସ କାର୍ଯ୍ୟାଳୟ ସବୁବେଳେ ଖୋଲା ରଖିବାକୁ ଚେଷ୍ଟା କରୁଥିଲେ। ଏପରିକି ସଥଳ ବିଶେଷରେ ସେ ନିଃସହାୟ ବ୍ୟକ୍ତିଙ୍କୁ ଆବଶ୍ୟକ ସ୍ଥଳେ ନିଜ ହାତରୁ ଦାନ ଦେଇ ସହଯୋଗ କରୁଥିଲେ। ନିଜେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପୁତ୍ର ଓ ଏତେ ଦକ୍ଷତାର ଅଧିକାରୀ ହେବା ସତ୍ତ୍ୱେ ସେ ନିଜ ଆତ୍ମପ୍ରଚାର କରିବାକୁ କେବେ ଚାହୁଁ ନଥିଲେ। ଜୀବନର ଶେଷ ଦିନ ମଧ୍ୟ ସେ ରେଡକ୍ରସ କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଥିଲେ। ବୋଲି ଶୋକସଭାରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ସଦସ୍ଯମାନେ ମତବ୍ୟକ୍ତ କରିଥିଲେ।ସଭାରେ ଉତ୍ସର୍ଗର ସୁଧୀର ପୂଜାରୀ,ସମ୍ବଳର ରାମଦାସ ପଣ୍ଡା, ଲାୟନ୍ସ କ୍ଲବ ଓ ଚେମ୍ବର୍ ଅଫ୍ କମର୍ସ ରୁ ଅଶୋକ ଜଲାନ,ମାରୱାଡି ଯୁବା ମଞ୍ଚରୁ ପରାଗ ଅଗ୍ରୱାଲ, ଯୁବ ଉଦୟନ ଓ ନାଟ୍ୟକଳା ପରିଷଦରୁ ଡ. ସିଦ୍ଧାର୍ଥ ପଣ୍ଡା, ଭୀମ ଭୋଇ ସାହିତ୍ୟ ସଂସଦରୁ ଲମ୍ବୋଦର ମିଶ୍ର, ରୋଟାରୀ କ୍ଲବରୁ କୈଳାସ ଅଗ୍ରୱାଲ,ମା’ ଲିମସରିଏନ ଯୁବକ ସଂଘରୁ ଅମିତ ସ୍ୱାଇଁ, ହନୁମାନ କଲୋନୀ ୱେଲ ଫେୟାର ଏସୋସିଏସନରୁ ଉମାଶଂକର ଯୋଶୀ,ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ପ୍ରଶାଂତ ପାଟଯୋଶୀ, ସୋସିଆଲ ଷ୍ଟାର କ୍ଲବରୁ ମାନସ ପାଢୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ କର୍ମଚୀରୀ ସଂଘରୁ ଡ. ହରିଶଂକର ପଣ୍ଡା,ନାଗରିକ କଲ୍ୟାଣ ସଂଘ ପକ୍ଷରୁ ଗୋବିନ୍ଦ ଅଗ୍ରୱାଲ,ଜିଲ୍ଲା ରେଡକ୍ରସରୁ ପାର୍ବତୀ ସେଠ,ରୋଜାଲିନ ତିର୍କୀ,ପ୍ରମିଳା ବେହେରା,ଅମୂଲ୍ୟ ବଡପଣ୍ଡା,ଯାଦବ ସମାଜ ଟ୍ରଷ୍ଟରୁ ସୁରେନ୍ଦ୍ର ବଗର୍ତ୍ତି, ସମ୍ବଲପୁର କଳା ପରିଷଦରୁ ଅପର୍ଣ୍ଣା ପାଢୀ,ମର୍ଣିଂ କ୍ଲବରୁ ଡ. ବିଜୟ ପ୍ରଧାନ, ସେତୁରୁ ଡ. ମୀନକେତନ ପାଠୀ,ଓମସାରୁ ଡ. ମହେନ୍ଦ୍ର ନନ୍ଦ,କୃଷକ ସଂଗଠନରୁ ଅଶୋକ ପ୍ରଧାନ,ଭିନିୟାର୍ଡ ଏସେମ୍ଲିରୁ ରଜନୀକାନ୍ତ ନାଗ, ଆଦର୍ଶରୁ ପ୍ରଦୀପ ବେହେରା ସମେତ ଡା ଗୁଣସାଗର ଦାଶ,ଅଧ୍ୟାପିକା ନିଳେଦ୍ରି ପଣ୍ଡା,ସମ୍ବାଦିକ ଶିବ ନନ୍ଦ, ମାମୀନା ଖାତୁନ ଏବଂ ଦିବଂଗତ ଜୟ ଜର୍ଜଙ୍କ ପୁତ୍ର ବିନୟ ଜର୍ଜ ଓ ଜ୍ୱାଇଁ ସୁମିତ ପତି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ଜୟ ଜର୍ଜଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ତାଙ୍କ ଏବଂ ଅହମଦାବାଦ ବିମାନ ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ସଭାରେ ସମାଜର ସବୁ ବର୍ଗର ବ୍ୟକ୍ତିଙ୍କ ସମାଗମ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ