Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକତା ଓ ସଂହତି ବଜାୟ ରଖି ଆତ୍ମ ବିଶ୍ୱାସୀ ହୁଅ,ସମ୍ବଲପୁର ପବ୍ଲିକ ଲାଇବ୍ରେରୀରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣରେ ବିଶେଷଜ୍ଞଙ୍କ ପରାମର୍ଶ

ସମ୍ବଲପୁର:ଆଜି ପୂର୍ବାହ୍ନରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ର ନିଜସ୍ୱ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ସପ୍ତମ ସପ୍ତାହ ର ଶିକ୍ଷାଦାନ ସମାପନ ହୋଇଯାଇଛି।ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ।ଔପଚାରିକ ଭାବେ ଆଜିର ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଆଧାରରେ ପ୍ରଶିକ୍ଷଣ ର ପ୍ରସଙ୍ଗ ” ଏକତା ଓ ସଂହତି ଉପରେ ଆଲୋଚନା କରି ପ୍ରଫେସର କାଳିଦାସ ମିଶ୍ର ବିଭିନ୍ନ ଉଦାହରଣ ସହ ପ୍ରଥମେ ଆମ ନିଜେ ନିଜକୁ ଜାଣିବା ଓ ପରିବାରରୁ ହିଁ ଏକତା ଓ ସଂହତି ଶିଖି ଦେଶ କୁ ଭଲପାଇବାକୁ ପିଲାଙ୍କୁ ପରାମର୍ଶ ଦେଇଥିଲେ
ଦ୍ଵିତୀୟ ଅଧିବେଶନ କୌଶଳ ଶିକ୍ଷା ଆତ୍ମବିଶ୍ବାସ ପ୍ରସଙ୍ଗ ଉପରେ ଆଲୋଚନା ଆରମ୍ଭ କରି ବରଗଡ଼ ଡାଏଟ ର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ବାରିକ ନିଜ ଉପରେ ଆତ୍ମବିଶ୍ବାସ ସୃଷ୍ଟି କରି ଘରେ ଓ ସାଂଗମେଳ ରେ ପ୍ରଥମେ ନିଜ କାମ କୁ ସ୍ଵାଧୀନ ଭାବେ ନିଜେ କରି ନିଜର ସାମର୍ଥ୍ୟ ପରଖି ଆତ୍ମବିଶ୍ବାସ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ପ୍ରାରମ୍ଭ ରୁ ଡ଼. ଜୟଦେବ ମେହେର ପିଲାଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। କାର୍ୟ୍ୟକ୍ରମ ର ସଂଯୋଜକ ଶ୍ରୀ ରାଜେନ୍ଦ୍ର ପଣ୍ଡା କର୍ୟ୍ୟକ୍ରମ କୁ ପରିଚାଳନା କରିବା ସହିତ ପିଲାଙ୍କୁ ଅଧିକ ଶୁଙ୍ଖଳିତ ଓ ସମୟାନୁବର୍ତୀ ହେବାକୁ ଉପଦେଶ ଦେଇ ଏ ପର୍ଯ୍ୟନ୍ତ ଶତପ୍ରତିଶତ ଉପସ୍ଥାନ ଥିବା ପିଲାଙ୍କୁ ପ୍ରୋତ୍ସାହିତ କରିଥିଲେ।ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରୁ ଅବିନାଶ,ସିଦ୍ଧାନ୍ତ,ରୁଦ୍ରଅଂଶୁ, , ଗୌରବ ,ସୋନାଲି ଓ ବିଦୁଶୀ, ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ଶ୍ରୀ ରଘୁନାଥ ମିଶ୍ର,ପ୍ରୋ ସେବକ ତ୍ରିପାଠୀ, ଅର୍ଜୁନ ପଣ୍ଡା ଓ ପୃଥ୍ୱୀରାଜ ମିଶ୍ର,ପ୍ର. ସଚିନ୍ଦ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ଶ୍ରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।ଆଜିର କାର୍ଯ୍ୟକ୍ରମ ରେ ୧୭ ଟି ବିଦ୍ୟାଳୟ ରୁ ୫୬ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ