ସମ୍ବଲପୁର: ଅନୁଗୋଳ ଜିଲ୍ଲା ୫୫ନମ୍ବର ଜାତୀୟ ରାଜପଥ ହଣ୍ଡପା ନିକଟରେ ଏକ କାର ଅନ୍ୟ ଏକ କାରକୁ ପଛପଟୁ ଧକ୍କା ଦେବା ଫଳରେ ୨ଜଣ ଆହତ ହୋଇଛନ୍ତି ।ସୂଚନା ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସ୍ତ୍ରୀ ଉର୍ମିଳା ବିଶ୍ୱାଳ,ଝିଅ ଅମିତା ବିଶ୍ୱାଳ ଓ ନାତୁଣୀ ଏକ କାରରେ ଝାରସୁଗୁଡାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ସମୟରେ ଆଗରେ ଯାଉଥିବା ଏକ କାରକୁ ଧକ୍କା ଦେଇଥିଲା ।ଆଗ କାରଟି କୌଣସି କାରଣ ବଶତଃ ହଠାତ ବ୍ରେକ ଦେବାରୁ ପଛ କାର ତାକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ଉର୍ମିଳା ବିଶ୍ୱାଳ ଓ ତାଙ୍କ ଝିଅ ଅମିତା ଆଘାତ ପ୍ରାପ୍ତ ହୋଇଥିଲେ ।ତୁରନ୍ତ ସେମାନଙ୍କୁ ପୋଲିସ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଅନୁଗୋଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
କାର ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସ୍ତ୍ରୀ ଓ ଝିଅ ଆହତ, ମେଡିକାଲ ରେ ଭର୍ତ୍ତି
