Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡ଼ରେ ରାଜ୍ୟ ସ୍ତରୀୟ ଜନନେତା, ବୁଦ୍ଧିଜୀବୀ, ସାମ୍ବାଦିକ, ସଂଗଠକ:ଚାରୁଶୀଳା ଆଚାର୍ଯ୍ୟଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର:ପୂର୍ବତନ ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ଓ ବର୍ତ୍ତମାନ ର ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଧର୍ମପତ୍ନୀ ସ୍ବର୍ଗତା ଚାରୁଶୀଳା ଆଚାର୍ଯ୍ୟଙ୍କ ପରଲୋକରେ ରବିବାର ଅନ୍ତେଷ୍ଟି କ୍ରିୟା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ବରଗଡ଼ ସ୍ଵୟଂ ସିଦ୍ଧା ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବରିଷ୍ଠ ଜନନେତା, ମନ୍ତ୍ରୀ,ସାଂସଦ,ବିଧାୟକ,ସାମ୍ବାଦିକ, ସାଧାରଣ ଜନତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାସୁମନ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏ ପରିପେକ୍ଷିରେ ପାଇକମାଳ ନୃସିଂହନାଥ ସ୍ଥିତ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ସ୍ବର୍ଗତ ଚାରୁଶିଳା ଆଚାର୍ଯ୍ୟଙ୍କ ସ୍ମୃତିରେ ଏକ ଅଶୋକ ବୃକ୍ଷ ରୋପଣ କରିବାକୁ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ ଅର୍ପଣ କରା ଯାଇଥିଲା।
ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆବାହକ ଦୁର୍ଯୋଧନ ପୁଟାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରକୃତି ବନ୍ଧୁ ବଡ଼ ଶତପଥି,ପୂର୍ବତନ ଆବାହକ ତଥା ପ୍ରକୃତିବନ୍ଧୁ ସାମ୍ବାଦିକ ଧିରେନ ମହାନ୍ତି, ସାମ୍ବାଦିକ କୁଞ୍ଜ ବିହାରୀ ସାହୁ ଓ ମାନସ ନାୟକ,ବାପି ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ସ୍ଵୟଂ ସିଦ୍ଧା ଭବନ କେବଳ ଲୋକରଣ୍ୟରେ ପରିଣତ ହୋଇନଥିଲା, ବରଂ ବହୁ ଜନନେତା ଓ ବୁଦ୍ଧିଜୀବୀ ଙ୍କ ସମାଗମ ଲୋକପ୍ରିୟ ନେତା ପ୍ରସନ୍ନ ଓ ତାଙ୍କ ପତ୍ନୀଙ୍କ ପ୍ରତି ରହିଥିବା ଅପୂର୍ବ ସ୍ନେହ ମମତା ବାରି ହୋଇପଡୁଥିଲା। ଏହି ଶ୍ରଦ୍ଧାଞ୍ଜଳି ଓ ଅନ୍ତେଷ୍ଟି କ୍ରିୟାରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ରବି ନାରାୟଣ ପାଣି, ରାଜସ୍ବ ମନ୍ତ୍ରୀ ସୁରେଶ ପୁଝାରୀ, ପ୍ରଣବ ପ୍ରକାଶ ଦାଶ, ସଞ୍ଜୟ ଦାଶ ବର୍ମା, ଅତନୁ ସବ୍ୟସାଚୀ ନାୟକ,ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା,ନିରଞ୍ଜନ ପୂଜାରୀ, ଅମର ଶତପଥୀ, ପ୍ରସନ୍ନ ମିଶ୍ର, ବାଳଗୋପାଳ ମିଶ୍ର, ଜୟନାରାୟଣ ମିଶ୍ର, ନାଉରୀ ନାଏକ, ବର୍ଷା ସିଂ ବରିହା, ଡ. ପ୍ରଭାସ ସିଂହ, ଦେବୀପ୍ରସାଦ ମିଶ୍ର, ଏନ୍. ଭାସ୍କର ରାଓ, ଭୃଗୁ ବକ୍ସିପାତ୍ର, ସୁବାସ ବେହେରା, ସତ୍ୟନାରାୟଣ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ନଳିନୀ ପ୍ରଧାନ, ରୋମାଞ୍ଚ ରଞ୍ଜନ ବିଶ୍ବାଳ, ଲୋପାମୁଦ୍ରା ବକ୍ସିପାତ୍ର, ଅଶ୍ବିନୀ ଷଡ଼ଙ୍ଗୀ, ଭୂପିନ୍ଦର ସିଂହ, ପ୍ରଫୁଲ୍ଲ ସାମଲ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ପ୍ରଫୁଲ୍ଲ ମଲ୍ଲିକ, ନିଧି ସାମଲ, ମହେଶ ସାହୁ, ବ୍ରଜକିଶୋର ପ୍ରଧାନ, ପୁଷ୍ପନ୍ଦ୍ର ସିଂହଦେଓ, ଯୋଗେନ୍ଦ୍ର ବେହେରା, ସରୋଜ ମେହେର, କିଶୋର ନାଏକ, ମଣ୍ଡୁ ସିଂ, ସିଦ୍ଧାର୍ଥ ଦାଶ, ସଞ୍ଜିତ ମହାନ୍ତି ଭଳି ବିଭିନ୍ନ ଦଳର ପ୍ରମୁଖ ନେତା ଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଏପରିକି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ଦଳର ଅଗଣିତ ନେତା ଓ କର୍ମୀ ତଥା ରାଜ୍ୟର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ ସମାଜର ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ରାଜ୍ୟ ସ୍ତରୀୟ ଜନ ନେତା, ବୁଦ୍ଧିଜୀବୀ, ସାମ୍ବାଦିକ, ସଂଗଠକ, ଭଳି ସାହସ୍ରାଧିକ ଶୁଭେଛୁ ଙ୍କ ସମାଗମ ଥିଲା ଚାରୁଶୀଳା ଆଚାର୍ଯ୍ୟଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ