Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେତନ୍ୟାହୁଙ୍କ ବଡ ଘୋଷଣା, କହିଲେ- ଖାମନେଇଙ୍କ ହତ୍ୟା ପରେ ହିଁ ଥମିବ ସଂଘର୍ଷ

ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷ ଦିନକୁ ଦିନ ଗମ୍ଭୀର ରୂପ ନେବାରେ ଲାଗିଛି। ଦୁଇ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ମାଡ଼ କରି ଚାଲିଛନ୍ତି। ତେବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସଦ୍ୟତମ ବୟାନରୁ ଏହା ସ୍ପଷ୍ଟ ହୋଇ ଯାଇଛି ଯେ, ଦୁଇ ଦେଶ ମଧ୍ୟରେ ଜାରି ସଂଘର୍ଷ ଆହୁରି ଭୀଷଣ ହୋଇପାରେ।

ଏବିସି ନ୍ୟୁଜ୍ ସହ ଏକ ସାକ୍ଷାତକାରରେ ନେତନ୍ୟାହୁ କହିଛନ୍ତି ଯେ, ଇରାନର ସୁପ୍ରିମ ଲିଡର ଅୟତୁଲ୍ଲା ଅଲ୍ଲୀ ଖାମନେଇଙ୍କ ନିପାତ ନ ହେବା ପର୍ୟ୍ୟନ୍ତ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଥମିବ ନାହିଁ। ଖାମନେଇଙ୍କ ଅନ୍ତ ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧର ସମାପ୍ତି ଘଟିବ। ସେ ଇରାନ ବିପକ୍ଷରେ ଇସ୍ରାଏଲର ଆକ୍ରମଣକୁ ସଠିକ୍ ବୋଲି କହିଛନ୍ତି। ତାଙ୍କର ଉଦ୍ଦେଶ୍ୟ ସଂଘର୍ଷକୁ ବଢାଇବା ନୁହେଁ ବରଂ ଏହାକୁ ସମାପ୍ତ କରିବା।

ବେଞ୍ଜାମିନ ନେତନ୍ୟାହୁଙ୍କ ଏହି ଟିପ୍ପଣୀ ସେହି ସମୟରେ ଆସିଛି ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଇସ୍ରାଏଲର ମୁଖ୍ୟ ଟାର୍ଗେଟ୍ ଖାମନେଇଙ୍କ ଉପରେ ରହିଛି। ଟ୍ରମ୍ପଙ୍କୁ ଭୟ ଥିଲା ଯେ, ଏଥିରେ ସଂଘର୍ଷ ଆହୁରି ବିଗିଡ଼ିପାରେ।

ନେତନ୍ୟାହୁଙ୍କ ଏହି ବୟାନ ଏଥିପାଇଁ ବିପଦଜ୍ଜନକ କାରଣ ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ଉଲ୍ଲେଖ ରହିଥିଲା ଯେ, ଇସ୍ରାଏଲ ଖାମନେଇଙ୍କୁ ନିପାତ କରିବା ପାଇଁ ଯୋଜନା ପ୍ରସ୍ତୁତ କରି ସାରିଛି । ମାତ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମନା କରିବାରୁ ଠିକ୍ ସମୟରେ ଇସ୍ରାଏଲ ପଛଘୁଞ୍ଚା ଦେଇଥିଲା ।

ସୋମବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମନେଇଙ୍କୁ ମାରି ଦିଆ ଯାଏ ତେବେ ଦୁଇ ଦେଶ ମଧ୍ୟରେ ସଂଘର୍ଷର ଅନ୍ତ ଘଟିବ । ତାଙ୍କର ଏହି ବୟାନ ସଂଘର୍ଷକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଛି । ନେତନ୍ୟାହୁଙ୍କ ଏହି ଘୋଷଣା ପରେ ଇରାନର ରାଜନୈତିକ ଓ ସାମରିକ ମହଲରେ ଚାଞ୍ଚଲ୍ୟ ଖେଳି ଯାଇଛି । ସେଠାକାର ସରକାର ଏହାକୁ ସିଧାସଳଖ ଯୁଦ୍ଧର ଘୋଷଣା ବୋଲି ଦର୍ଶାଇଛନ୍ତି । ଯଦି ଇରାନର ସର୍ବୋଚ୍ଚ ନେତାଙ୍କ କୌଣସି କ୍ଷତି ଘଟେ ତେବେ ଏହାର ଜବାବ ଐତିହାସିକ ଓ ବିନାଶକାରୀ ହେବ ବୋଲି ଇରାନ ଧମକ ଦେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ