Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଧୋଇବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର

ଗାଧୋଇବା ବେଳେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ମହିଳା ଜଣକ କୋଳିଡ଼ିହ ପଞ୍ଚାୟତ ତଅଁଳାଡିହା ଗ୍ରାମର କୈଳାଶ ମହାନ୍ତିଙ୍କ ପତ୍ନୀ କାଜଲ ମହାନ୍ତି (୪୦ ବର୍ଷ) । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ କୋଳିଡ଼ିହ ପଞ୍ଚାୟତରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ସୋମବାର କାଜଲ ଖରସ୍ରୋତା ନଦୀ ସହିତ ସଂଲଗ୍ନ ତଅଁଳାଡିହା ଜୋରକୁ ଗାଧୋଇବାକୁ ଯାଇଥିଲେ ।

ସେ ଗାଧୋଇବାକୁ ଯାଇ ଦୀର୍ଘ ସମୟ ହେବ ଘରକୁ ଫେରି ନଥିଲେ । ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରି ଜୋର ନିକଟକୁ ଆସିଥିଲେ । ଜୋର ନିକଟକୁ ଆସି କାଜଲଙ୍କ କପଡା ଥୁଆ ହୋଇଥିବା ଦେଖିବାକୁ ପାଇଥିଲେ । ଗ୍ରାମବାସୀ ଜୋରରେ ଖୋଜାଖୋଜି ଆରମ୍ଭ କରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ହେଲେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନାହାଁନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ