Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରଲୋକରେ ପୁରୀ ଗଜପତିଙ୍କ ନିଜ ସାନ ଭାଇ ଥାଟ ରାଜା, କେମିତି ହେବ ଏଥର ଛେରା ପହଁରା

ଗତକାଲି ରାତିରେ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସାନ ଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ ଘଟିଛି। ସେ କିଛିଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 67 ବର୍ଷ ବୟସ ହୋଇଥିଲା। ତାଙ୍କର ଶେଷ କୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ଶେଷ ହୋଇଛି।

ତାଙ୍କର ପୁତ୍ର ମୁଖାଗ୍ନି ଦେଇଛନ୍ତି। ଶ୍ରୀମନ୍ଦିର ରୋଷ ଘରୁ ଅଗ୍ନି ନେଇ ତାଙ୍କର ଶବ ସତ୍କାର କରାଯାଇଛି।

ରଣାର୍ଣ୍ଣବ ଦେବ ସାଧାରଣରେ ଥାଟ ରାଜା ଭାବେ ପରିଚିତ ଥିଲେ। ତାଙ୍କର ମାମୁଁ ଘର ବାଲେଶ୍ବର ନୀଳଗିରି ଅଞ୍ଚଳରେ ହୋଇଥିବାରୁ ସେ ସେଠାରେ ରହୁଥିଲେ। ସେହି ଅଞ୍ଚଳରେ ସେ ବେଶ ପରିଚିତ। ଏଥିସହିତ ପୁରୀ ରାଜ ନଅରରେ ତାଙ୍କର ସ୍ବତନ୍ତ୍ର ଅଲଗା କୋଠରୀ ରହିଛି। ପୁରୀ ଆସିଲେ ସେମାନେ ସେହି ରାଜନଅର କୋଠରୀରେ ରହୁଥିଲେ। ବର୍ତ୍ତମାନ ତାଙ୍କର ମୃତ୍ୟୁ ପୁରୀରେ ହୋଇଛି। ରାଜ ପଂରପରା ଅନୁସାରେ ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ଶ୍ରୀମନ୍ଦିର ରୋଷ ଶାଳାର ଅଗ୍ନିରେ ଶତ୍କାର କରାଯାଇଛି।

ତେବେ ରଥଯାତ୍ରା ସମୟରେ ଖୋଦ ଗଜପତିଙ୍କ ନିଜ ସାନ ଭାଇଙ୍କ ମୃତ୍ୟୁ ହୋଇଥିବାରୁ ବର୍ତ୍ତମାନ କେମିତି ଛେରା ପହଁରା ଏବଂ ଗଜପତିଙ୍କ ସେବା କରାଯିବ ସେ ନେଇ ପ୍ରଶ୍ନ ଉଠିଛି। ହେଲେ ଗଜପତିଙ୍କ ପୁରୋହିତଙ୍କ କହିବା ଅନୁସାରେ ଗଜପତି ଦିବ୍ୟସିଂହ ଦେବ କୌଣସି ଅଶୌଚ କାର୍ଯ୍ୟ ସହିତ ସଂପୃକ୍ତ ହେବେ ନାହିଁ। ସେ ପ୍ରଭୃଙ୍କ ସେବା କରୁଥିବାରୁ ତାଙ୍କ ପରିବାରର ଯେ କେହି ମୃତ୍ୟୁ ବରଣ କଲେ ମଧ୍ୟ ଗଜପତି ସେ କାର୍ଯ୍ୟରେ ଯୋଗ ଦେବେ ନାହିଁ କି ସେ ଅଶୌଚ ହେବେ ନାହିଁ। ଏହା ଶ୍ରୀମନ୍ଦିର ପରଂପରାରେ ରହିଆସିଛି।

ଫଳରେ ବର୍ତ୍ତମାନ ଗଜପତିଙ୍କ ନିଜ ଭାଇ ମୃତ୍ୟୁବରଣ କରିଥିଲେ ମଧ୍ୟ ସେ ତିନି ଠାକୁରଙ୍କ ସେବାରୁ ନିବୃତ ରହିବେ ନାହିଁ। ଯାହା ପୂର୍ବରୁ ପ୍ରଚଳିତ ହୋଇଆସୁଛି ତାହା ଗଜପତି ଦିବ୍ୟସିଂହ ଦେବ ଜାରୀ ରଖିବେ। ଫଳରେ ରଥଯାତ୍ରାରେ ଗଜପତିଙ୍କ ସେବା ନିଜେ ଦିବ୍ୟସିଂହ ଦେବ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ