Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଣ୍ଡାମାନରେ ବୃହତ୍‌ ତୈଳ ଭଣ୍ଡାର ଠାବ: ୨ ଲକ୍ଷ କୋଟି ଲିଟର ତେଲ ବାହାରିବ

ଆଣ୍ଡାମାନ ନିକଟ ସମୁଦ୍ରରେ ଏକ ବୃହତ୍ ତୈଳ ଭଣ୍ଡାର ଠାବ କରାଯାଇଛି। ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି। ସେଥିରେ ୨ ଲକ୍ଷ କୋଟି ଲିଟର ତେଲ ଥିବା ଆକଳନ କରାଯାଇଛି। ସେଥିରୁ ଉତ୍ତୋଳନ ସମ୍ଭବ ହେଲେ ତାହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ୫ ଗୁଣା ବଢ଼ାଇବାର ସମ୍ଭାବନା ରହିଛି। ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ ଆଣ୍ଡାମାନରେ ଅଶୋଧିତ ତୈଳ ଓ ଗ୍ୟାସ୍ ଭଣ୍ଡାର ଠାବ ହୋଇଛି।

ତାହା ଉତ୍ତୋଳନ କରିବା ଲାଗି ସରକାର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଭଣ୍ଡାର ଦେଶର ତୈଳ ଆବଶ୍ୟକତାକୁ ପୂରଣ କରିପାରିବ ବୋଲି କୁହାଯାଉଛି।

ନିକଟରେ ଗୁୟାନାରେ ଠାବ ହୋଇଥିବା ୧୧.୬ ବିଲିୟନ ବ୍ୟାରେଲ୍ର ତୈଳ ଭଣ୍ଡାର ଆକାରର ଭଣ୍ଡାର ଆଣ୍ଡାମାନରେ ଠାବ ହୋଇଛି। ଯଦି ଅନୁସନ୍ଧାନରେ କରାଯାଇଥିବା ପୂର୍ବାନୁମାନ ଠିକ୍ ରହିବ, ତେବେ ତାହା ଦେଶର ଜିଡିପିକୁ ୨୦ ଲକ୍ଷ କୋଟି ଡଲାରକୁ ବୃଦ୍ଧି କରିବ, ଯାହା ବର୍ତ୍ତମାନ ୪ ଲକ୍ଷ କୋଟି ଡଲାର ପାଖାପାଖି ରହିଛି। ଆଣ୍ଡାମାନ ଓ ନିକୋବର ଦ୍ବୀପରେ ଅଶୋଧିତ ତୈଳ ଉତ୍ପାଦନ କରିବା କାମ ଜାରି ରହିଛି। ଅଏଲ୍ ଇଣ୍ଡିଆ ଓ ଓଏନ୍ଜିସି ଭଳି କମ୍ପାନି ସେଥିରେ ନିୟୋଜିତ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ