Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ଲୁକୋମା ସମ୍ବନ୍ଧରେ ଲୋକେ ସଚେତନ ନୁହନ୍ତି

ସମ୍ବଲପୁର: ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ନିଜସ୍ୱ ସଭାଗୃହ ଠାରେ ଏକ ଗ୍ଲୁକୋମା ତଥା ଆଖିଚାପ ପରୀକ୍ଷା ଶିବିର ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା l ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡ଼ ସୁରେଶ ଚନ୍ଦ୍ର ଦାନୀ ମେସିନ ମାଧ୍ୟମରେ ସମସ୍ତଙ୍କ ଆଖିର ଚାପ ପରୀକ୍ଷା କରିଥିଲେ l ଚକ୍ଷୁ ପରୀକ୍ଷା ଶିବିର ପରେ ଗ୍ଲୁକୋମା ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ଼ ପରେଶ ଚନ୍ଦ୍ର ଦାନୀ ସଭାପତିତ୍ୱ କରି କହିଲେ ଅଜ୍ଞତା ଯୋଗୁଁ ବହୁରୋଗୀଙ୍କୁ ଦୃଷ୍ଟିଶକ୍ତି ହରେଇବାକୁ ପଡିଥାଏ l ବରିଷ୍ଠ ନାଗରିକ ମାନେ ମୁଖ୍ୟତଃ ଏହି ରୋଗରେ ବେଶୀ ସଂଖ୍ୟାରେ ଆକ୍ରାନ୍ତ ହୋଇଥାନ୍ତି ତେଣୁ ସେମାନେ ଅଧିକ ସଚେତନ ହେବା ଆବଶ୍ୟକ ବୋଲି ସଭାପତି ଡ଼ ଦାନୀ କହିଥିଲେ l ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଅତିଥି ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୁରେଶ ଚନ୍ଦ୍ର ଦାନୀ କହିଥିଲେ ଉପଯୁକ୍ତ ଖାଦ୍ୟ, ବ୍ୟାୟାମ ଓ ମଝିମଝିରେ ଚକ୍ଷୁର ଚାପ ପରୀକ୍ଷା କରେଇ ଲୋକେ ଗ୍ଲୁକୋମା ରୋଗରୁ ନିଜକୁ ରକ୍ଷା କରିପାରିବେ l ପ୍ରଶ୍ନୋତ୍ତରି କାର୍ଯ୍ୟକ୍ରମରେ ଅଖିଳ ରଞ୍ଜନ ପଟ୍ଟନାୟକ, ଲଳିତ ମୋହନ ଵେବର୍ତ୍ତା, କବିତା ପୁରୋହିତ, ରାମାନୁଜ ପଣ୍ଡା, ସୂର୍ଯ୍ୟ ପାଣିଗ୍ରାହୀ, କୈଳାଶ ଚନ୍ଦ୍ର ମିସ୍ତ୍ରୀ, ଅଶୋକ କୁମାର ମିଶ୍ର, ଡ଼ ସିଦ୍ଧାର୍ଥ ପଣ୍ଡା, ଭାରତ ବାଜାଜ, ଶ୍ୟାମ ସୁନ୍ଦର ଅଗ୍ରୱାଲ, ନିରୁପମା ମଲ୍ଲିକ, କମଳ କିଶୋର ବଜାଜ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ଯୁଗ୍ମ ସମ୍ପାଦକ ସୁରେଖା ସାହୁ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ