Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଟିଏ ନୁହେଁ ଦୁଇଟି ହତିଆରରେ କରାଯାଇଥିଲା ରାଜାଙ୍କୁ ହତ୍ୟା

ରାଜା ରଘୁବଂଶୀ ହତ୍ୟା ମାମଲାରେ ବଡ଼ ଖୁଲାସା। ମେଘାଳୟକୁ ହନିମୁନରେ ଯାଇଥିବା ରାଜାଙ୍କ ହତ୍ୟା ପାଇଁ ଗୋଟିଏ ନୁହେଁ, ବଂର ଦୁଇଟି ହତିଆର ବ୍ୟବହାର କରାଯାଇଥିଲା। ଏବେ ଗୋଟିଏ ହତିଆର ଜବତ ହୋଇଛି। ଏବେ ଆଉ ଗୋଟିଏ ଜବତ କରିବାର ବାକି ଅଛି। ଯେଉଁ ଖାଇ ଭିତରକୁ ରାଜାଙ୍କୁ ଫୋପଡା ଯାଇଥିଲା, ତା ଭିତରେ ଦ୍ବିତୀୟ ହତିଆରଟି ଥିବାର ସନ୍ଦେହ କରାଯାଉଛି।

ଏହି କଥାର ମଧ୍ୟ ଖୁଲାସା ହୋଇଛି ଯେ, ରାଜାଙ୍କୁ ହତ୍ୟା ପାଇଁ ତାଙ୍କ ଉପରେ ୩ ଥର ଆକ୍ରମଣ କରାଯାଇଥିଲା। ତିନି ଅଭିଯୁକ୍ତ ଥରେ ଥରେ କରି ଆକ୍ରମଣ କରିଥିଲେ। ଏହାପରେ ସୋନମ ନିଜ ଫୋନ୍ ନଷ୍ଟ କରି ଦେଇଥିଲା। ଏପର୍ଯ୍ୟନ୍ତ ସୋନମର ଫୋନ୍କୁ ମଧ୍ୟ ଜବତ କରାଯାଇ ନାହିଁ। ମେଘାଳୟ ପୋଲିସ କହିଛି ସୋନମ ପାର୍କିଂରେ ହିଁ କିଲର୍ସଙ୍କୁ ରାଜା ରଘୁବଂଶୀଙ୍କୁ ହତ୍ୟା କରିବାର ଇଶାରା ଦେଇଥିଲା। ପ୍ରଥମ ଥର ଯେତେବେଳେ ରାଜାଙ୍କ ରକ୍ତ ବାହାରିଥିଲା ସୋନମ ଚିଲାଇବାରେ ଲାଗିଥିଲା। ତିନି ହତ୍ୟାକାରୀ ରାଜାଙ୍କ ମୃତଦେହକୁ ଖାତ ଭିତରକୁ ଫୋପାଡି ଦେଇଥିଲେ। ଲଭ ଟ୍ରାଏଙ୍ଗେଲ ବ୍ୟତୀତ ଆଉ କିଛି ମଧ୍ୟ କାରଣ ହୋଇପାରେ। ତଦନ୍ତ ଜାରି ରହିଛି, କିନ୍ତୁ ଏପର୍ଯ୍ୟନ୍ତ ଯାଞ୍ଚରେ ଲଭ ଟ୍ରାଏଙ୍ଗେଲର ହିଁ ପ୍ରମାଣ ମିଳିଛି।

ମେଘାଳୟର ଡିଜିପି ଇଦାଶିଶା ନୋଙ୍ଗ୍ରାଙ୍ଗ କହିଛନ୍ତି ଯେ, ସୋହରାରେ ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟାର ଯାଞ୍ଚ କରାଯାଉଛି। ତଦନ୍ତକାରୀ ଅଧିକାରୀ ଲଭ ଟ୍ରାଏଙ୍ଗେଲକୁ ଏକମାତ୍ର ଲକ୍ଷ୍ୟ ବୋଲି ଭାବୁଛି। ଅନ୍ୟ ଦିଗକୁ ମଧ୍ୟ ଧ୍ୟାନରେ ରଖି ଯାଞ୍ଚ କରାଯାଉଛି। ଡିଜିପି କହିଛନ୍ତି, ଆମେ ତଦନ୍ତ କରୁଛୁ ଏହି ମାମଲାରେ ଆହୁରି କିଛି ଦିଗ ରହିପାରେ। ଅଳ୍ପ କିଛି ଦିନରେ ସୋନମ କିଭଳି ନିଜ ସ୍ବାମୀ ପାଇଁ ଏଭଳି ଶତ୍ରୁତା କରିଥିଲା। ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ