Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରିଲାଏନ୍ସ କଂପାନୀରୁ ସେ ବର୍ଷକୁ 75 କୋଟି ଟଙ୍କା ଦରମା ପାଉଥିଲେ, ହେଲେ ସନ୍ୟାସୀ ହେବା ପାଇଁ ସବୁ ଛାଡିଲେ.

ଦୁନିଆରେ ଏମିତି ଲୋକ ଥାଆନ୍ତି ଯେଉଁମାନେ ସନ୍ୟାସୀ ହେବା ପାଇଁ କୋଟିକୋଟି ଟଙ୍କାକୁ ତୁଚ୍ଛ କରିଦିଆନ୍ତି। ସେମାନଙ୍କୁ ନା ବାନ୍ଧିପାରେ ଟଙ୍କା ନା ପରିବାର। ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ପ୍ରକାଶ ଶାହ। ତାଙ୍କ କଥା ଯେ କେହି ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। କାରଣ ସେ ଏମିତି କିଛି କରିଛନ୍ତି ଯାହା ତାଙ୍କୁ ଏ ଦୁନିଆ ସବୁଦିନ ମନେ ରଖିଛି।

ଆମେ କହୁଛି ମୁକେଶ ଆମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଜଣେ ଉଚ୍ଚ ପଦସ୍ଥ ଅଫିସର ତଥା ବିଶ୍ବର ପ୍ରମୁଖ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ଅତି ଘନିଷ୍ଠ ପ୍ରକାଶ ଶାହଙ୍କ କଥା। ସେ ରିଲାଏନ୍ସ କଂପାନୀରେ ସାଧାରଣ ଅଫିସରଠାରୁ ଉତିଣ୍ଣ ହୋଇ ଶେଷରେ ଭାଇସ ପ୍ରେସିଡେଣ୍ଟ ଥିଲେ। ସେ ସିଧା ମୁକେଶ ଆମ୍ବାନୀଙ୍କ ସହିତ କଥା ହେଉଥିଲେ। ତାଙ୍କର ଦରମା ଥିଲା ବର୍ଷକୁ 75 କୋଟି ଟଙ୍କା। କଥାରେ କହନ୍ତି ଗାଡି ଘୋଡା ବଙ୍ଗଳା ପ୍ରାଚ୍ୟୁର୍ଯ୍ୟ ସବୁକିଛି ଥିଲା। ହେଲେ ହଠାତ ସେ ସନ୍ୟାସୀ ହେବାକୁ ନିଷ୍ପତି କଲେ ଆଉ ସନ୍ୟାସୀ ହେଲେ ମଧ୍ୟ।

ପ୍ରକାଶ ଶାହ ହେଉଛନ୍ତି ଜଣେ କେମିକାଲ ଇଂଜିନିୟର। ସେ ମୁକେଶ ଆମ୍ବାନୀଙ୍କ ପୁରା ପାଖ ଲୋକ ଥିଲେ। ସେ ଆଇଆଇଟି ମୁମ୍ବାଇରୁ ପୋଷ୍ଟ ଗ୍ରାଜୁଏଟ ମଧ୍ୟ କରିଛନ୍ତି। ତାଙ୍କର ସ୍ତ୍ରୀ ମଧ୍ୟ ଜଣେ କମର୍ସ ଗ୍ରାଜୁଏଟ। ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ଆଶ୍ଚର୍ଯ୍ୟର କଥା ବଡ ପୁଅ ବାପାଙ୍କ ବହୁ ପୂର୍ବରୁ ସନ୍ୟାସୀ ହୋଇସାରିଛନ୍ତି। ସେ ଦୀକ୍ଷା ଗ୍ରହଣ କରି ଘର ପରିତ୍ୟାଗ କରିଛନ୍ତି। ଆଉ ଜଣେ ପୁଅ ବିବାହ କରି ଘରେ ରହୁଛନ୍ତି।

ଯିଏ ଏସି ଗାଡିରେ ବୁଲୁଥିଲା, ତାରକା ହୋଟେଲରେ ରହୁଥିଲେ ତାଙ୍କର ହଠାତ ପରିବର୍ତ୍ତନ ଘଟିଲା। ସେ ଦୀକ୍ଷା ଗ୍ରହଣ କରି ସନ୍ୟାସୀ ବେଶ ଧାରଣ କରିଛନ୍ତି। ଏପରିକି ହାତରେ ଠେଙ୍ଗା ଏବଂ ଖାଲିପାଦରେ ସେ ବୁଲୁଛନ୍ତି। ତାଙ୍କୁ ଯେ କେହି ଦେଖୁଛି ସେ ଆଶ୍ଚର୍ଯ୍ୟ ହେଉଛି। ବର୍ତ୍ତମାନ ତାଙ୍କର ବୟସ 64 ବର୍ଷ। ଏହି ବୟସରେ ସେ ସନ୍ୟାସୀ ହୋଇ ଖାଲିପାଦରେ ଭ୍ରମଣ କରୁଛନ୍ତି।

ପ୍ରକାଶ ଶାହଙ୍କ କହିବା କଥା ଯେ, ପିଲାଦିନରୁ ତାଙ୍କର ସନ୍ୟାସୀ ହେବାର ବହୁ ଇଚ୍ଛା ଥିଲା। ହେଲେ ପରିସ୍ଥିତି ଅନୁସାରେ ତାହା କାର୍ଯ୍ୟକାରୀ ହେବାର ସମ୍ଭାବନା ନ ଥିଲେ। ସାଂସରିକ ଜଞ୍ଜାଳ ଭିତରେ ବୁଡିଯିବା ପରେ ସେଥିରୁ ବାହାରି ପାରି ନ ଥିଲି। ହେଲେ ସମୟ ଆସିଲା ଭଗବାନଙ୍କ ଆର୍ଶିବାଦ ମିଳିଲା ଏବେ ସେହି ଇଚ୍ଛା ପୁରଣ ହୋଇଛି। ପ୍ରକାଶ ଶାହ ସନ୍ୟାସୀ ହେବା ପରେ ବର୍ତ୍ତମାନ ଭୁବନଜିତ ମହାରାଜା ଭାବେ ପରିଚିତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories